Sun. Sep 6th, 2026

ନ୍ୟୁଜିଲାଣ୍ଡର ଏହି କୋଚ ନେବାକୁ ଚାହୁଁଛନ୍ତି ରବି ଶାସ୍ତ୍ରୀଙ୍କ ସ୍ଥାନ, ଆଇପିଏଲ ସହ ଅଛି ସମ୍ପର୍କ

234 Views

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ପୂର୍ବତନ କୋଚ ମାଇକ ହେସନ ଭାରତୀୟ ଟିମର ମୁଖ୍ୟ କୋଚ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି | ୪୪ ବର୍ଷୀୟ ହେସନ ଆବେଦନ କରିବାକୁ ମନ ସ୍ଥିର କରିଛନ୍ତି | ଆବେଦନ ଜମା କରିବାର ଶେଷ ତାରିଖ ଜୁଲାଇ ୩୦ ତାରିଖ ରହିଛି | ହେସନ ୬ ବର୍ଷ ନ୍ୟୂଜିଲାଣ୍ଡର ମୁଖ୍ୟ କୋଚ ଥିବାବେଳେ ୨୦୧୮ ମସିହାରେ ସେ ଇସ୍ତଫା ଦେଇଥିଲେ |

ନ୍ୟୁଜିଲାଣ୍ଡର କୋଚ ଭାବେ ହେସନଙ୍କ କାର୍ଯ୍ୟକାଳ ସଫଳ ରହିଥିଲା | ତାଙ୍କ ସଫଳ ପ୍ରଶିକ୍ଷଣରେ ୨୦୧୫ ମସିହାରେ ନ୍ୟୁଜିଲାଣ୍ଡ ବିଶ୍ୱକପ ଫାଇନାଲ ଯାଏଁ ଯାଇପାରିଥିଲା | ପରେ ହେସନ କିଙ୍ଗସ ଇଲେଭେନ ପଞ୍ଜାବର କୋଚ ଦାୟିତ୍ୱରେ ମଧ୍ୟ ଥିଲେ | ତେବେ ହେସନଙ୍କ ଆବେଦନକୁ ନେଇ ଏକ ଅସୁବିଧା ରହିଛି |

ଯେହେତୁ ସେ କିଙ୍ଗସ ଇଲେଭେନ ପଞ୍ଜାବର କୋଚ ରହିଛନ୍ତି ତେଣୁ ତାଙ୍କୁ ଏକ ଆଫିଡେଭିଟ ଦେବାକୁ ପଡିବ | ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତି ଅଗଷ୍ଟ ୧୫ ସୁଦ୍ଧା ଶେଷ ହେବ। ଚଳିତ ମାସ ୩୦ ତାରିଖରେ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ପତ୍ର ଖୋଲା ହେବ। ଏହାର ଦୁଇ ସପ୍ତାହ ଭିତରେ ସାକ୍ଷତକାର ଏବଂ ଅନ୍ୟାନ୍ୟ ଜରୁରି ପ୍ରକ୍ରିୟା ‌ଶେଷ କରାଯାଇ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ନାଁ ଘୋଷଣା ହେବ।

By amfnews

Related Post