Sun. Apr 26th, 2026

ନେହରୁଙ୍କୁ ଶିବରାଜ ‘ଅପରାଧୀ’ କହିବା ପରେ କଡ଼ା ଜବାବ ରଖିଲେ କମଲନାଥ୍

274 Views

ଭୋପାଲ  : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ୍ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ନେହରୁଙ୍କୁ ଅପରାଧୀ କହିବା ପ୍ରସଙ୍ଗରେ କଡ଼ା ଜବାବ ରଖିଛନ୍ତି। ଦୀର୍ଘ ୫୫ ବର୍ଷ ପରେ ନେହେରୁଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ ଓ ଅଶୋଭନୀୟ ବୋଲି କମଲନାଥ୍ ଟୁଇଟ୍ କରି କହିଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ନୂଆ ଭାରତର ପ୍ରତିଷ୍ଠାତା। ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି।

Office Of Kamal Nath

@OfficeOfKNath

देश के प्रथम प्रधानमंत्री पं.जवाहरलाल नेहरू जिन्हें आधुनिक भारत का निर्माता कहा जाता है,जिन्होंने आज़ादी के लिये संघर्ष किया,जिनके किये गये कार्य व देश हित में उनका योगदान अविस्मरणीय है।
उनको मृत्यु के 55 वर्ष पश्चात् आज अपराधी कह कर संबोधित करना,बेहद आपत्तिजनक व निंदनीय है।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗତକାଲି ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ କଶ୍ମୀର ପ୍ରସଙ୍ଗରେ ନେହରୁ ଜଣେ ଅପରାଧୀ। ତାଙ୍କ ପାଇଁ କଶ୍ମୀରର ଏକ ତୃତୀୟାଂଶ ପାକିସ୍ତାନ ପାଖରେ ରହିଛି। ଯେତେବେଳେ ଭାରତୀୟ ଯବାନ କଶ୍ମୀରରେ ପାକିସ୍ତାନକୁ କଡ଼ା ଜବାବ ଦେଉଥିଲେ ସେତେବେଳେ ନେହେରୁ ଏହି ବିବାଦୀୟ ପ୍ରସଙ୍ଗରେ ଜାତିସଂଘରେ ବିଚାର ହେବ ବୋଲି ଘୋଷଣା କରିଥିବା ଦର୍ଶାଇ ଶିବରାଜ ସିଂହ ଏହି ମନ୍ତବ୍ୟ ଦେଇଥିଲେ।

By amfnews

Related Post