Sun. Sep 13th, 2026

ନୂଆପଡ଼ାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସାମିଲ ହେଲେ ଧନୁଯାତ୍ରାର ମହାରାଜ କଂସ

197 Views

ନୂଆପଡ଼ା: ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ଚାଲିଥିବା ବେଳେ ଆଜି ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି।ନୂଆପଡ଼ାର ଲଖନା ଥାନା ପକ୍ଷରୁ ଆଜି ଲୋକଙ୍କୁ ଏନେଇ ସଚେତନ କରାଯାଉଛି। ଶତାଧିକ ବାଇକ୍ ଆରୋହୀ ଏବଂ କାରଚାଳକ ଓ ହେଲମେଟ୍ ପିନ୍ଧିଥିବା ଲୋକଙ୍କୁ ପୁଲିସ୍ ପକ୍ଷରୁ ଶୁଭେଚ୍ଛା ଜଣାଯାଉଛି।

ଅପରପକ୍ଷରେ  ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଇ ସେମାନଙ୍କର ଚାଲାଣ ମଧ୍ୟ କଟାଯାଉଛି। ଏଯାଏଁ ଆଜି ୪ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିବାର ସୂଚନା ମିଳିଛି।

ଏହି ଅଭିଯାନରେ ଧନୁଯାତ୍ରାର କଂସ ଝସକେତନ ପ୍ରଧାନ ମନ୍ତ୍ରୀ ପ୍ରସାଦ ଓ ଲଖନା ଆଇଆଇସି ତପନ ଦାସ, ଏଏସଆଇ,ପୁଷ୍ପଲତା ସୁନାନୀ, ପଣ୍ଡିତ ନାୟକ, ମନଧର ମାଝୀ, ପଞ୍ଚମୀ ସବର, ମମତା ସବର, ଧନୁଯାତ୍ରା କମିଟିର ସଭାପତି ନାରାୟଣ ହଂସ, ସଦସ୍ୟ ବିଦ୍ୟା ଶବର, ଚୈତନ୍ୟ ହଂସ, ଅରୁଣ ସୁନାନୀ, ନରେଶ ଜୈନ ଏବଂ କିସାନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

By amfnews

Related Post