Sun. Jul 26th, 2026

ନୀତୀଶଙ୍କ ଆଗରେ ନଇଁଲା ୫୬ ଇଞ୍ଚ୍‌ ଛାତି: କୁଶ୍‌ୱାହା

266 Views

ପାଟନା, ଡିସେମ୍ବର ୨୪ : ବିହାରରେ ଏନ୍‌ଡିଏର ଆସନ ଭାଗବଣ୍ଟା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା‌ ପରେ ନିକଟରେ ଏନ୍‌ଡିଏରୁ ବାହାରି ଆସିଥିବା ଆର୍‌ଏଲ୍‌ଏସ୍‌ପି ନେତା ଉପେନ୍ଦ୍ର କୁଶ୍‌ୱାହା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ବିହାରରେ ବିଜେପି ଓ ଜେଡିୟୁ ସମାନ ଆସନ (୧୭)ରେ ଲଢ଼ିବେ ବୋଲି ହୋଇଥିବା ସହମତିକୁ ସମାଲୋଚନା କରି କୁଶ୍‌ୱାହା କହିଛନ୍ତି, ନୀତୀଶଙ୍କ ଆଗରେ ଶେଷରେ ୫୬ ଇଞ୍ଚ୍‌ ଛାତିକୁ ନଇଁବାକୁ ପଡ଼ିଲା।

କୁଶ୍‌ୱାହା କହିଛନ୍ତି ‌ଯେ ପୂର୍ବରୁ ବି‌ହାରରେ ବିଜେପି ଅଧିକ ଲୋକସଭା ଆସନ‌ରେ ଲଢ଼ିବ ବୋଲି ଦାବି କରୁଥିଲା। ଏଥିପାଇଁ ଏହା ଆଞ୍ଚଳିକ ଦଳ ଉପରେ ଚାପ ପକାଉଥିଲା। କିନ୍ତୁ ଶେଷରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଆଗରେ ଦଳକୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି। ୫୬ ଇଞ୍ଚ୍‌ର ଛାତି ଥିବା ଲୋକ (ପ୍ରଧାନମନ୍ତ୍ରୀ ମୋଦୀ)ଙ୍କୁ ଶେଷରେ ହାର୍‌ ମାନିବାକୁ ପଡ଼ିଲା। ତେଜସ୍ବୀ ଯାଦବ କହିଛନ୍ତି, ବିହାରରେ ବିଜେପିର ଏବେ ୨୨ ସାଂସଦ ଥିବା ବେଳେ ଦଳ ମାତ୍ର ୧୭ ଆସନରେ ନିର୍ବାଚନ ଲଢ଼ିବ ବୋଲି ରାଜି ହୋଇଛି। କିନ୍ତୁ ଦୁଇଜଣ ସାଂସଦ ଥାଇ ସୁଦ୍ଧା ନୀତୀଶଙ୍କ ଜେଡିୟୁ ୧୭ ଆସନରେ ଲଢ଼ିବାକୁ ଯାଉଛି।

By amfnews

Related Post