Sun. Sep 6th, 2026

ନିର୍ମାଣାଧୀନ ଘରର ପାଚେରିତଳୁ ମାଟି ଖୋଳୁଥିବା ବେଳେ ୨ଜଣଙ୍କର ମୃତ୍ୟୁ

523 Views

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏକ ଘର ନିର୍ମାଣ କାମ ଚାଲିଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ନିର୍ମାଣାଧୀନ ଘରର କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବଅଁରପାଳର ଯାତ୍ରା ପଡ଼ିଆ ନିକଟରେ ଗୋପିନାଥ ସାହୁଙ୍କର ନୂଆ ଘରର ପାଇପ ଲାଇନ କାମ ଚାଲିଥିଲା। ଦୁଇ ଜଣ ଶ୍ରମିକ ପାଚେରି ତଳୁ ମାଟି ଖୋଳୁଥିବା ବେଳେ ହଠାତ୍ ପାଚେରିଟି ତାଙ୍କ ଉପରେ ମାଡ଼ି ବସିଥିଲା। ଏହାଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଲେ ବୁଢାପଙ୍କ ଗାଁର ଦୀପକ କୁମାର ପରିଡ଼ା(୩୪) ଏବଂ ଅନ୍ୟଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ତପନ କୁମାର ନାୟକ(୩୩)। ଉଭୟେ ବୁଢାପଙ୍କ ସନ୍ତ୍ରୀ ଛକରେ ଭଡ଼ାରେ ରହୁଥିଲେ ।ସେଦୁହେଁ ବିବାହିତ ବୋଲି ମଧ୍ୟ ଜଣାଯାଇଛି।ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ଜଣାଯାଇଛି।

By amfnews

Related Post