Sat. Apr 25th, 2026

‘ନିର୍ଭୟା’ ଦୋଷୀଙ୍କୁ ଫାଶୀ ପରେ ମାନବିକତାର ପାଠ ପଢ଼ାଇଲା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ

218 Views

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ଶେଷରେ ଫାଶୀ ମିଳିଛି। ଏହାକୁ ନେଇ ସାରା ଦେଶରେ ଉତ୍ସବ ଦେଖିବାକୁ ମିଳିଛି। ଠିକ୍‌ ଏଭଳି ସମୟରେ ମାନବିକ ଅଧିକାର କଥା ଉଠାଇଛି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆ ନାମକ ଏକ ସଂସ୍ଥା। ଏହି ଫାଶୀ ଘଟଣା ଭାରତୀୟ ମାନବିକ ଅଧିକାର ରେକର୍ଡରେ ଏକ କଳା ଛିଟା ବୋଲି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି। ୨୦୧୨ ମସିହାର ଏହି ବହୁ ଚର୍ଚ୍ଚିତ ଘଟଣାରେ ମୁକେଶ ସିଂହ, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ଅକ୍ଷୟ ସିଂହ ଆଦି ୪ ଜଣ ଦୋଷୀଙ୍କୁ ତିହାର ଜେଲଠାରେ ସକାଳ ୫.୩୦ରେ ଫାଶୀ ଦିଆଯାଇଛି।

 

ତେବେ ଏହାକୁ ନେଇ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି, “୨୦୧୫ ଅଗଷ୍ଟ ପରଠାରୁ କାହାକୁ ମଧ୍ୟ ଭାରତରେ ଫାଶୀ ଦିଆଯାଇନଥିଲା। ଆଜି ମହିଳାଙ୍କ ବିରୋଧରେ ହିଂସା ନାମରେ ୪ ଜଣଙ୍କୁ ଫାଶୀ ଦିଆଯାଇଛି। ପ୍ରାୟ ସମୟରେ ଜନପ୍ରତିନିଧିମାନେ ଫାଶୀକୁ ଅପରାଧର ସମାଧାନ ଭାବେ ବିଚାର କରିଥା’ନ୍ତି। ଏହା କେବେ ମଧ୍ୟ ସମାଧାନ ନୁହେଁ ଏବଂ ଆଜିର ଘଟଣା ଭାରତର ମାନବିକ ଅଧିକାର ରେକର୍ଡରେ ଏକ କଳା ଦାଗ ଲଗାଇଛି। ଭାରତୀୟ କୋର୍ଟମାନେ ସ୍ୱେଚ୍ଛାଚାରୀ ବା ମନୋମୁଖୀ ଭାବେ ଲଗାତାର ଏହାକୁ କାମରେ ଲଗାଇଛନ୍ତି।”

ସେ କହିଛନ୍ତି, ଲିଙ୍ଗ ଭିତ୍ତିକ ହିଂସା ପାଇଁ ଦୀର୍ଘ ମିଆଦି ସମାଧାନ କରିବାକୁ ହେବ। ତଦନ୍ତରେ ଉନ୍ନତ ଆଣିବାକୁ ହେବ ଏବଂ ପୀଡ଼ିତାଙ୍କ ପରିବାରକୁ ସମର୍ଥନ ଦେବାକୁ ହେବ। ଆନୁଷ୍ଠନିକ ସଂସ୍କାର ଆଣିବାକୁ ହେବ ବୋଲି ସେ କହିଛନ୍ତି।

By amfnews

Related Post