Thu. Jul 2nd, 2026

ନିର୍ଭୟାକାଣ୍ଡକୁ ୬ ବର୍ଷ ହୋଇଗଲା; କାନ୍ଦି କାନ୍ଦି ଗଣମାଧ୍ୟମରେ ଏପରି କହିଲେ ମାଆ ଆଶା ଦେବୀ

403 Views

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକୁ ଇତି ମଧ୍ୟରେ ୬ ବର୍ଷ ହୋଇଗଲାଣି। ଏହି ମାମଲାରେ ଆଇନ୍‌ର ଅପାରଗତା ଦର୍ଶାଇ ନିରାଶ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ। ସେ ଦେଶର ଅନ୍ୟ ମାଆବାପାମାନଙ୍କୁ କହିଛନ୍ତି କି ସେମାନଙ୍କ ସେମାନଙ୍କ ଝିଅକୁ ଶିକ୍ଷାରୁ ବଞ୍ଚିତ ନକରନ୍ତୁ। ଆହୁରି ବି କହିଛନ୍ତି କି ଝିଅମାନେ ନିଜକୁ କେବେ ବି ଦୁର୍ବଳ ଭାବନ୍ତୁ ନାହିଁ।

୨୦୧୨ ମସିହାରେ ଦେଶରେ ଆତଙ୍କ ମଚାଇଥିବା ନିର୍ଭୟାକାଣ୍ଡର ଷଷ୍ଠ ବର୍ଷରେ ଆଶା ଦେବୀ ଗଣମାଧ୍ୟମରେ ଏପରି ପ୍ରକାଶ କରିଛନ୍ତି। ‘ଏହି ମାମଲାର ଦୋଷୀ ଏବେ ବି ଜୀବିତ ଅଛନ୍ତି। ଏହା ହେଉଛି କାନୁନର ବିଫଳତା। ମୁଁ ସମସ୍ତ ଝିଅମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ନିଜକୁ କୌଣସି ବି ପରିସ୍ଥିତିରେ ଦୁର୍ବଳ ଭାବନ୍ତୁ ନାହିଁ। ମୁଁ ସେମାନଙ୍କ ବାପାମାଆମାନଙ୍କୁ ଅନୁରୋଧ କରୁଛି ସେମାନେ କେବେ ବି ନିଜ ଝିଅର ପାଠପଢ଼ାରେ ଖିଲାପ କରନ୍ତୁ ନାହିଁ’ ବୋଲି ନିର୍ଭୟାଙ୍କ ମାଆ କହିଛନ୍ତି।

By amfnews

Related Post