Tue. Aug 25th, 2026

ନିର୍ବାଚନ ପ୍ରଚାର ଲାଗି ରାହୁଲ ଗାନ୍ଧି ଖୋଜିଲେ ଭଗବାନ ପର୍ଶୁରାମଙ୍କ ଜନ୍ମସ୍ଥଳୀ!

559 Views

ଇନ୍ଦୋର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ଲାଗି ଭଗବାନ ପର୍ଶୁରାମଙ୍କ ଜନ୍ମସ୍ଥଳୀ ଖୋଜୁଛନ୍ତି କି! ଗଣମାଧ୍ୟମ ରିପୋର୍ଟ ଅନୁସାରେ ସ୍ଥାନୀୟ ଦଳୀୟ ନେତାମାନେ ଉଦ୍ୟମ କରୁଛନ୍ତି ଯେ, ରାହୁଲ ମହୁ ନିକଟସ୍ଥ ଜାନାପାବ ପାହାଡିଆ ଅଞ୍ଚଳରେ ଥିବା ଭଗବାନ ପର୍ଶୁରାମଙ୍କ ଜନ୍ମସ୍ଥଳୀ ଯାଆନ୍ତୁ। ମାତ୍ର ଏହି କାର୍ଯ୍ୟକ୍ରମକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ରାହୁଲ ବିଜେପି ଗଡ଼ କୁହାଯାଉଥିବା ମଧ୍ୟପ୍ରଦେଶର ମାଲବା-ନିମାଡ ଅଞ୍ଚଳକୁ ଗସ୍ତ କରିବେ। ମୋଟ ୨୩୦ ଆସନରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ୬୬ଟି ଆସନ ନିମାଡ ଅଞ୍ଚଳରେ ଅଛି, ଯେଉଁଠାରେ ବିଜେପିକୁ ବହୁ ସଂଖ୍ୟାରେ ଭୋଟ ମିଳିଥାଏ। ପଶ୍ଚିମ ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଉଜୈନ ଅଞ୍ଚଳରେ ବିଜେପିକୁ ବହୁ ସଂଖ୍ୟାରେ ଆସନ ମିଳୁଥିବାରୁ କ୍ଷମତାର ଚାବି କାଠି କୁହାଯାଇଥାଏ। ଆଗାମୀ ନଭେମ୍ବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ଦଳିତ, ଆଦିବାସୀ ଏବଂ ଚାଷୀଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବାକୁ ଚେଷ୍ଟା କରିବେ।

କଂଗ୍ରେସର ରାଷ୍ଟ୍ରୀୟ ସଚିବ ସଂଜୟ କପୁର କହିଛନ୍ତି, ମାଲବା-ନିମଡାରେ ବିଜେପିକୁ ରାହୁଲଙ୍କ ନେତୃତ୍ୱରେ କଡ଼ା ଜବାବ ଦିଆଯିବ। କାରଣ ସ୍ଥାନୀୟ ମତଦାତା ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ, ବିଗତ ୧୫ ବର୍ଷର ଶାସନ କାଳରେ ଦଳିତ, ଆଦିବାସୀ ଓ ଚାଷୀଙ୍କ ଅବସ୍ଥା ଦୟନୀୟ ସ୍ଥିତିରେ ପହଞ୍ଚିଛି। କପୁର କହିଛନ୍ତି, ରାହୁଲ ଅକ୍ଟୋବର ୨୯ରେ ଉଜୈନ ଏବଂ ୩୦ରେ ସମ୍ବିଧାନ ନିର୍ମାତା ଡ. ଭୀମରାଓ ଆମ୍ବେଦକରଙ୍କ ମହୁସ୍ଥିତ ଜନ୍ମସ୍ଥଳୀ ପହଞ୍ଚିବାର କାର୍ଯ୍ୟସୂଚୀ ଅଛି।

By amfnews

Related Post