Sun. Oct 4th, 2026

ନିରାପତ୍ତା କାରଣରୁ ଭୋପାଳରେ ଅମିତ ଶାହାଙ୍କ ରୋଡ୍‌ ସୋ’ ବାତିଲ

320 Views

ନୂଆଦିଲ୍ଲୀ, ନଭେମ୍ବର ୧୯: ନିରାପତ୍ତାଗତ କାରଣ ଯୋଗୁଁ ନିର୍ବାଚନାଭିମୁଖୀ ମଧ୍ୟପ୍ରଦେଶରେ ମଙ୍ଗଳବାର ଦିନ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଲାଗି ନିର୍ଦ୍ଧାରିତ ଏକ ପଟୁଆର ସମ୍ଭାଷଣ ଏବଂ ରୋଡ୍‌ ସୋ’କୁ ବାତିଲ କରାଯାଇଛି।

ଭୋପାଳ ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଫତିମା ରସୁଲ୍‌ ସିଦ୍ଦିକିଙ୍କୁ ସମର୍ଥନ ଦେବା ପାଇଁ ସନ୍ଧ୍ୟା ୫ଟାରେ ଏହି ରୋଡ୍‌ ସୋ କରାଯିବା ଲାଗି ସମୟ ନର୍ଦ୍ଧାରଣ କରାଯାଇଥିଲା।

କର୍ଫ୍ୟୁ ବଳବତ୍ତର ଥିବା ମତା ମନ୍ଦିର ଭବାନୀ ଛକରୁ ସୋମବରା, ଲଖାରପୁର, ସବରକର ଚୌକ, ପିପଲ ଚୌକ୍‌, ସଫର ଚୌକ୍‌, ସୁଭାଷ ଚୌକ୍‌, ଲୋହା ବଜାର, ଜୁମାରାତରି, ଛୋଟେ ଭୟା କର୍ଣ୍ଣର୍‌, ହନୁମାନ ଗଞ୍ଜ, ମଙ୍ଗଲଓ୍ଵାରା, ଛଓ୍ଵାନ୍‌ ଚୌକ୍‌ ହୋଇ ଭାରତ ଟକିଜ୍‌ ଚୌରାହାରେ ରୋଡ୍‌ ସୋ’ ସରି ଥାଆନ୍ତା।

ଗୁଇନ୍ଦା ସୂଚନା ମିଳିବା ପରେ ରୋଡ୍‌ ସୋ’ ବାତିଲ କରାଯାଇଛି।ରବିବାର ଦିନ ବିଜେପି ମୁଖ୍ୟ ସତନା, ରେଓ୍ଵା, ସିଦ୍ଧି ଏବଂ ବନ୍ଧ୍ୟର ଉମରିଆ ଠାରେ ପଟୁଆର ଏବଂ ରୋଡ୍‌ ସୋ’ କରିଥିଲେ।

By amfnews

Related Post