Mon. Sep 7th, 2026

ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ବିଳାସମୟ କାର୍‌ ନିଲାମରୁ ମିଳିଲା ୩. ୨୮ କୋଟି ଟଙ୍କା

374 Views

ମୁମ୍ବାଇ ୨. ୭ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧. ୩୩ କୋଟି ଟଙ୍କା ଯାଏଁ, ହୀରା ବେପାରୀ ନିରବ ମୋଦି ଏବଂ ତାଙ୍କ ପଳାତକ ମାମୁ ମେହୁଲ ଚୋକ୍‌ସିଙ୍କ ୧୨ଟି କାର୍‌କୁ ଗୁରୁବାର ଦିନ ନିଲାମ କରାଯାଇଛି।

ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ରୁ ଅର୍ଥ ଠକେଇ ମାମଲାରେ ଏହି ସବୁ ବିଳାସମୟ କାର୍‌ଗୁଡ଼ିକ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଥିଲା। ସେଥିରୁ କେତେକ କାର୍‌ରେ ସ୍ୱତନ୍ତ୍ର ଭିଭିଆଇପି ନମ୍ବର ରହିଛି। କାର୍‌ କିଣାଯିବାର ସମୟ ଅବଧି ଏବଂ ବ୍ୟବହାରଭିତ୍ତିରେ ନିଲାମର ପ୍ରାଥମିକ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିରୁ ସରକାରୀ ଟ୍ରେଜେରିକୁ ସମୁଦାୟ ୩. ୨୮ କୋଟି ଟଙ୍କା ମିଳିଛି।

ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ବଡ଼ ଅଧିକାରୀ କହିଛନ୍ତି: ନିରବ ମୋଦି ଗ୍ରୁପ୍‌ର ୧୧ଟି କାର୍‌ ଏବଂ ମେହୁଲ ଚୋକସିଙ୍କର ୨ଟି କାର୍‌କୁ ମଧ୍ୟାହ୍ନ ୧୨: ୦୦ ରୁ ଅପରାହ୍ଣ ୪: ୦୦ ମଧ୍ୟରେ ଇ-ନିଲାମ୍‌ କରାଯାଇଥିଲା। ନିଲାମଧାରୀଙ୍କ ସଂଖ୍ୟା ବଢ଼ିବାରୁ ଆମେ ସମୟସୀମା ୫: ୩୦ ଯାଏଁ ବଢ଼ାଇଲୁ।

ସମ୍ପ୍ରତି ନିରବ ମୋଦି ଇଂଲଣ୍ଡର ଓ୍ଵାଣ୍ଡ୍‌ସ୍‌ଓ୍ଵର୍ଥ କାରାଗାରରେ ଅଛନ୍ତି। େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ କୋର୍ଟ ଦୁଇ ଦୁଇ ଥର ତାଙ୍କ ଜାମିନ ଆବେଦର ଖାରଜ କରିଛି। ଶୁକ୍ରବାର ଦିନ ତାଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

By amfnews

Related Post