Fri. Oct 2nd, 2026

ନିଆଳି-ନଖରା ରାଜପଥରୁ ଉଚ୍ଛେଦ ହେଲା ଜବରଦଖଲ ଜମି

231 Views

ନିଆଳି : ନିଆଳି-ନଖରା ରାଜ୍ୟ ରାଜପଥ ଅଡ଼ଶପୁର କଲେଜ ଛକଠାରୁ ସେସୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ  ଜବରଦଖଲ ହୋଇ ରହିଥିବା ଜମିକୁ ଉଚ୍ଛେଦ କରାଯାଇଛି।

କଣ୍ଟାପଡ଼ା ତହସିଲ ଅଧିନରେ ଜବରଦଖଲ କରି ସ୍ଥାନୀୟ ବାସିନ୍ଦା ଗୃହ ନିର୍ମାଣ କରିଥିବା ନେଇ ପୂର୍ବରୁ ବହୁ ଥର ଅଭିଯୋଗ ହୋଇ ଆସିଥିଲା। ଫଳରେ କଣ୍ଟାପଡ଼ା ତହସିଲ ପକ୍ଷରୁ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା।

ଉଚ୍ଛେଦ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଓଲଟପୁର ପୁଲିସ୍‌ ସହ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଥିଲେ।

By amfnews

Related Post