Sun. Jul 5th, 2026

ନିଆଁ ଲାଗି ଭୁଶୁଡ଼ିଗଲା କୋଠା, ଫଶି ରହିଛନ୍ତି ଅନେକ ଲୋକ

221 Views

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଥରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜି ଭୋର ସମୟରେ ପିରାଗଡ଼ି ସ୍ଥିତ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଏହାପରେ ବିସ୍ଫୋରଣ ହୋଇଛି। ଫଳରେ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଛି।

ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ୩୫ଟି ଦମକଳ ବାହିନୀ ଟିମ୍ ଓ ଉପସ୍ଥିତ ଲୋକମାନେ ମିଶି ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ଭୋର୍ ୪ଟା ୨୩ ମିନିଟରେ ଦମକଳ ବାହିନୀ ନିଆଁ ଲାଗିଥିବା ନେଇ ଜାଣିବାକୁ ପାଇଥିବା ସୂଚନା ରହିଛି। ନିଆଁ ଲାଗିଥିବା ବିଲ୍ଡିଂରେ ଅନେକ ଲୋକ ଫଶି ହୋଇ ରହିଥିବା ସୂଚନା ରହିଛି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ମାସକ ମଧ୍ୟରେ ଏହାକୁ ମିଶାଇ ଦିଲ୍ଲୀରେ ୩ଟି ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଅନାଜ ମଣ୍ଡିର ଏକ ଫ୍ୟାକ୍ଚ୍ରିରେ ନିଆଁ ଲାଗିବାରୁ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କିରାଡୀର ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।

By amfnews

Related Post