Sat. Jun 13th, 2026

ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟ ଦୁର୍ଘଟଣାରେ ଜଣେ ମୃତ

268 Views

ନାଲ୍‌କୋ:  ଅନୁଗୁଳ ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଦୁଇ ଜଣ କର୍ମଚାରୀଙ୍କ ସହ ଦୁଇ ଜଣ ଶିକ୍ଷାନବୀଶ ଛାତ୍ର ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ନାଲକୋ ଡାକ୍ତରଖାନା ଓ ପରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ୪ଜଣଙ୍କ ମଧ୍ୟରୁ ମିଥୁନଙ୍କର  ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଦିଲ୍ଲୀରେ ଚିକିତ୍ସିତ ହେଉଥିବା ସମୟରେ ଗୁରୁବାର ମିଥୁନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।  ମୃତ୍ୟୁ ଖବର ପାଇ ନାଲକୋ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ।

ସୂଚନା ଅନୁଯାୟୀ, କାଷ୍ଟହାଉସ୍‌ ‘ବି’ ବିଭାଗରେ ଥିବା ଉଚ୍ଚକ୍ଷମତା ବିଶିଷ୍ଟ ବିଦ୍ୟୁତ ପ୍ୟାନେଲ ବୋର୍ଡ କାର୍ଯ୍ୟ କରୁଥିବା ବେଳେ ହଠାତ ଫ୍ଲାସ୍‌ ଓଭର ହୋଇଥିଲା। ଫଳରେ ବହୁ ମାତ୍ରାରେ ନିଆଁଝୁଲ ବାହାରିଥିଲା। ଏଥିରେ ପାଖରେ ଥିବା ବଳରାମପ୍ରସାଦ ଗ୍ରାମ ପାଟଣା ସାହିର ଠିକା କର୍ମଚାରୀ ମିଥୁନ ନାଥଙ୍କ ଶରୀରର ଶତ ପ୍ରତିଶତ ଜଳି ଯାଇଥିବା ବେଳେ ତାଲିମ ନେଉଥିବା ଦୁଇଜଣ ଛାତ୍ର ବିଶ୍ୱେଶ୍ୱର ସାମଲଙ୍କ ୪୦ ପ୍ରତିଶତ, ରଜନୀକାନ୍ତ ପରିଡାଙ୍କ ଶରୀରର ୫୦ପ୍ରତିଶତ ଜଳି ଯାଇଥିଲା।  ଘଟଣାସ୍ଥଳରେ ଥିବା ଆଉ ଜଣେ ନାଲକୋ ମହିଳା କର୍ମଚାରୀ ରିଙ୍କିନା ସାହୁଙ୍କ ଦୁଇ ହାତ ଓ ମୁହଁ ମଧ୍ୟ ପୋଡିଯାଇଥିଲା।  ନିଆଁରେ ପୋଡି ହୋଇ ୪ଜଣ  କର୍ମଚାରୀ ଓ ଶିକ୍ଷାନବୀଶ ପ୍ରାଣ ବିକଳରେ ଚିତ୍କାର କରିବାରୁ ଅନ୍ୟ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରି ଆହତମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ତୁରନ୍ତ ନାଲ୍‌କୋ ଡାକ୍ତରଖାନାକୁ ନିଆଯାଇଥିଲା

By amfnews

Related Post