Sat. Apr 25th, 2026

ନାବାଳିକା ଛାତ୍ରୀକୁ ଅସଦାଚରଣ : ଶିକ୍ଷକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

145 Views

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିଥିବା ବିଦ୍ୟାଳୟର ଶିକ୍ଷକଙ୍କୁ ଆଜି ମହଙ୍ଗା ପଡ଼ିଛି। ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗ୍ରାମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ଆବାସିକ ବିଦ୍ୟାଳୟ ପରିଚାଳିତ ହେଉଛି। ଏହି ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ସହକାରୀ ଶିକ୍ଷକ ଅଶ୍ବିନୀ ଦେହୁରୀ ଅସଦାଚରଣ କରି ଆସୁଥିଲେ। ଅନେକଥର ଶିକ୍ଷକଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇ ଶେଷରେ ଛାତ୍ରୀ ଜଣକ ମୁହଁ ଖୋଲିଥିଲେ। ଆଜି ଉତ୍ତ୍ୟକ୍ତ ଗ୍ରାମବାସୀ ସ୍କୁଲରେ ପହଞ୍ଚି ଶିକ୍ଷକ ଅଶ୍ବିନୀଙ୍କୁ ବାହାରକୁ ଭିଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ତଦନ୍ତ ରିପୋର୍ଟ ମିଳିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଡବ୍ଲୁଓ ପ୍ରଦୀପ୍ତ କୁମାର ପଣ୍ଡା କହିଛନ୍ତି।

By amfnews

Related Post