Thu. Aug 20th, 2026

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଯୁବକ ଗିରଫ

284 Views

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେହେରାଗୁଡାର ଜୈନେକ ଯୁବକ ବିବାହ ପ୍ରଲୋଭନ ଦେଖାଇ ଜଣେ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ପକ୍ଷରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେହେରାଗୁଡା ଗ୍ରାମର ବଳବନ୍ତ ପାତ୍ର(୨୨) ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା ଦେଇ ଆସୁଥିଲା। ବିବାହ ପାଇଁ ସମ୍ପୃକ୍ତ ଯୁବକ ମନା କରିବା ପରେ ପୀଡିତା ଭବାନୀପାଟଣା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ସଦର ଥାନା ପୁଲିସ ଆଇଆଇସି ପ୍ରଦୀପ କୁମାର ଧରୁଆ କେସନଂ ୨୧୬/୨୦୨୦ ଦଫା ୩୬୬, ୩୭୬(୩), ୨୯୪, ୫୦୬, ୩୪ ଓ ପୋକସୋ ଆକ୍ଟ ରେ ଏକ ମାମଲା ରୁଜୁ କରିଥିଲେ। ପୁଲିସ ଆଜି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

By amfnews

Related Post