Sun. Sep 27th, 2026

ନାବାଳକର ଆତ୍ମହତ୍ୟାକୁ ନେଇ ଥାନା ଆଇଆଇସିଙ୍କୁ ବି ଗୋଡେଇ ଗୋଡେଇ ପିଟିଲେ ଲୋକେ

225 Views

ଜଳେଶ୍ୱର  : ବାଲେଶ୍ୱର ଜିଲ୍ଲା ବଲିଆପାଳର ଇଡକୋ ଛକରେ ଥିବା ରାଜଧାନୀ ହୋଟେଲ ଆଣ୍ଡ ଢାବାରେ କାମ କରୁଥିବା ଜଣେ ନାବାଳକ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଏହି ଘଟଣା ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭୋଗରାଇ କମର୍ଦ୍ଦା ଥାନା ଅଧିନସ୍ଥ ଉଲୁଡା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ପୁଅ ବିଜୟ (୧୭) ରାଜଧାନୀ ହୋଟେଲ ଆଣ୍ଡ ଢାବାରେ କାମ କରୁଥିଲା। ଗତକାଲି ରାତିରେ ବିଜୟ ଢାବାରେ ସମସ୍ତେ ଶୋଇଥିବା ବଳେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା।

ସକାଳେ ଶବ ମିଳିବା ପରେ ବିଜୟର ସଂପର୍କୀୟମାନେ ଢାବାକୁ ଆସି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଓ ସଂପର୍କୀୟମାନେ ଇଡକୋ ଛକରେ କାଲିଆପାଳ -ବସ୍ତା ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବାପରେ ଲୋକେ ପୁଲିସ ଉପରକୁ ଆକ୍ରମଣ କରିଥିବାର ଖବର ମିଳିଛି। ଉତ୍ତ୍ୟକ୍ତ ଲୋକେ ଥାନା ଆଇ ଆଇ ଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ବି ଗୋଡେଇ ଗୋଡେଇ ପିଟିଛନ୍ତି। ସେ ଆହତ ହୋଇଥିବା ଜଣାଯାଇଛି। ଅପର ପକ୍ଷରେ ଢ଼ାବାର ମାଲିକ ସାହାବୁଦ୍ଦିନ ଶାହା ଏ ଘଟଣାରେ ମୁହଁ ଖୋଲୁ ନଥିବା କୁହାଯାଉଛି।

By amfnews

Related Post