Sat. Jul 25th, 2026

ନାଇଟ୍ରିକ୍‌ ଏସିଡ୍‌ ପ୍ଲାଣ୍ଟ୍‌ରୁ ଗ୍ୟାସ୍‌ ଲିକ୍‌ ହୋଇ ୩୧ ମାଙ୍କଡ଼ ଓ ୧୪ ପାରା ମୃତ

508 Views

ରାୟଗଡ଼, ଡିସେମ୍ବର ୧୭ : ମହାରାଷ୍ଟ୍ରର ପାନବେଲ୍‌ ନିକଟ ରସାୟନି ଠାରେ ଥିବା ଗୋଟିଏ ନାଇଟ୍ରିକ୍‌ ଏସିଡ୍‌ ପ୍ଲାଣ୍ଟ୍‌ରୁ ଗ୍ୟାସ୍‌ ଲିକ୍‌ ହେବା କାରଣରୁ ଅନ୍ୟୂନ ୩୧ଟି ପାତିମାଙ୍କଡ଼ ଏବଂ ୧୪ଟି ପାରା ମରିଯାଇଛନ୍ତି। ବିୟୋଗାନ୍ତ ଘଟନାଟି ଗୁୁରୁବାର ରାତିରେ ଘଟିଥିଲେ ମଧ୍ୟ ଶନିବାର ଦିନ ଲୋକଲୋଚନକୁ ଆସିଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ମୃତ ଜୀବମାନଙ୍କର ଶବକୁ ଗୋଟାଏ ଖାତରେ ପୋତି ଘଟନାକୁ ଚପାଇ ଦେବାକୁ କମ୍ପାନିର କର୍ମଚାରୀମାନେ ଉଦ୍ୟମ କରିଥିଲେ ବୋଲି କୁହାଯାଉଛି।

ସୂଚନା ପାଇବା ପରେ ବନ ବିଭାଗ, ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପୁଲିସ ଟିମ୍‌ ଶନିବାର ଦିନ ଘଟନାସ୍ଥଳରେ ପହଞ୍ଚିଥିଲେ।
ଖାତରୁ ସେମାନେ ୩୧ଟି ମଲା ମାଙ୍କଡ଼ ଏବଂ ୧୪ଟି ମଲା ପାରା ଖୋଳି ବାହାର କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।

ବିଭିନ୍ନ ଟିମ୍‌ ଘଟନାର ଅନୁଧ୍ୟାନ କରୁଛନ୍ତି। ପୁରୁଣା ପ୍ଲାଣ୍ଟ୍‌ଗୁଡ଼ିକ ମଧ୍ୟରୁ କେଉଁଥିରୁ ର’ ଏସିଡ୍‌ ଲିକ୍‌ କରିବାରୁ ଏ ଭଳି ଘଟନା ଘଟିଥିବା ଅନୁମାନ କରାଯାଉଛି।

ଘଟନାରେ ସମ୍ପୃକ୍ତି କାରଣରୁ କମ୍ପାନିର ୭ ଜଣ ଏବଂ ଜଣେ ଜେସିବି ଚାଳକଙ୍କ ସମେତ ଆଠ ଜଣ ଲୋକଙ୍କ ଅଟକ ରଖାଯାଇ ଥିଲା, କିନ୍ତୁ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

ଗ୍ୟାସ୍‌ ଲିକ୍‌ ସମ୍ବନ୍ଧରେ କୌଣସି କର୍ମଚାରୀ କିଂବା ଆଖପାଖ ବାସିନ୍ଦାଙ୍କୁ ସୂଚନା ଦିଆଯାଇ ନ ଥିଲା।

By amfnews

Related Post