Sat. Oct 17th, 2026

ନଳାରେ ନବଜାତ ପଡ଼ିବା ଖବର ପ୍ରଘଟ ହେବାର କିଛି ସମୟ ପରେ ସେଠାରୁ ଉଭେଇ ଗଲା ଶିଶୁ

405 Views

ବାଲେଶ୍ୱର: ବାଲେଶ୍ୱର ମେଡିକାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନଳାରେ ନବଜାତ ଶିଶୁକୁ କେହି କପଡାରେ ଗୁଡାଇ ପିଙ୍ଗି ଦେଇଥିବା ଖବର ମିଳିଥିଲା। ଏହି ଖବର ପ୍ରଘଟ ହେବାର କିଛି ସମୟ ପରେ ଶିଶୁଟି ନଳାରୁ କେଉଁଆଡେ ଉଭେଇ ଯାଇଥିଲା। ଏହି ଘଟଣାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଶିଶୁଟି ମୃତ କି ଜୀବିତ ତାହା ସ୍ପଷ୍ଟ ହୋଇ ପାରି ନଥିଲା। ତେବେ ନଳାରେ ଶିଶୁଟି ପଡ଼ିଥିଲା, ହଠାତ୍‌ କେଉଁଆଡେ ଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

By amfnews

Related Post