Tue. May 14th, 2024

 ନରେନ୍ଦ୍ର ମୋଦି : ୪୮ ମାସର ଶାସନ ପରେ

By Kedar Mishra May 26, 2018 #Featured
302 Views

କେଦାର ମିଶ୍ର

ବିରାଟ କୋହଲି ଅ ।ହ୍ୱାନ ଦେଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାକୁ ତୁରନ୍ତ ସ୍ୱୀକାର କରି ପ୍ରତିଶ୍ରୁତି ଦେଲେ ଯେ ଯଥାଶୀଘ୍ର ସେ ନିଜ ଶରୀର ଫିଟ ରହିବାର କୌଶଳ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇବେ । କଥାଟି ଶୁଣିବାକୁ ଭାରି ମଜାଦାର ଲାଗୁଛି । ଭାରତୀୟ କ୍ରିକେଟ ଦଳର ଅଧିନାୟକ, ବଲିଉଡ ଅଭିନେତା ହ୍ରିତିକ ରୋଶନ ପ୍ରମୁଖଙ୍କ ସହିତ ଦେଶର ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀ ମାନେ ବ୍ୟାୟାମ ତଥା ଶରୀର ଚର୍ଚ୍ଚା ବିଷୟରେ ସୋସିଅ ।ଲ ମିଡିଅ ।ରେ ଗରମାଗରମ ଅ ।ଲୋଚନା ଜାରି ରଖିଛନ୍ତି । ଏହି ଅ ।ଲୋଚନା ଠିକ ସେହି ସମୟରେ ·ଲିଛି, ଯେଉଁ ସମୟରେ ମୋଦୀ ସରକାର ନିଜର ·ରି ବର୍ଷର କାର୍ଯକାଳ ପୂରଣ କରୁଛନ୍ତି, ଯେଉଁ ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସବୁଠୁ ଦୁର୍ବଳ ଅବସ୍ଥାରେ ରହିଛି, ଯେଉଁ ସମୟରେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ଦର ଅ ।କାଶ ଛୁଉଁଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟାୟାମ ଓ ଶରୀର ଚର୍ଚ୍ଚା ସହିତ ଦେଶର ଏ ସବୁ ପ୍ରମୁଖ ପ୍ରସଙ୍ଗର ହୁଏତ କିଛି ସମ୍ପର୍କ ନାହିଁ, ହେଲେ ଏହି ସବୁ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇ ହିଟ୍ ଏନ ଫିଟ ଫର୍ମୂଲା ବିଷୟରେ ରୋଚକ ଅ ।ଲୋଚନା କରାଇବାରେ ଏ ବିତର୍କ ବହୁତ ଭଲ ସାହାଯ୍ୟ କରିବ । ଅ ।ନ୍ତର୍ଜାତିକ ବଜାରରେ ତେଲର ଦର ବଢୁଛି, ତେଣୁ ଏଠି ବି ତେଲ ଦର ବଢିବ । ସେ କଥା ଛାଡନ୍ତୁ, ଅ ।ସନ୍ତୁ ଯୋଗ, ଅ ।ସନ, ପ୍ରାଣାୟାମ, ବ୍ୟାୟାମ, ଶରୀର ଚର୍ଚ୍ଚା ବିଷୟରେ କଥା ହେବା । ଅ ।ଜିର ସରକାର ବୋଧେ ସେମିତି କିଛି କହିବାକୁ ·ହୁଛନ୍ତି ।
୨୦୧୪ ନିର୍ବାଚନ ସଭା ଗୁଡିକରେ ପ୍ରଧାନମନ୍ତ୍ରୀ କହୁଥିଲେ ଅ ।ପଣମାନେ କଂଗ୍ରେସ ଦଳକୁ ଷାଠିଏ ବର୍ଷ ଦେଇଛନ୍ତି, ମୋତେ ଷାଠିଏ ମାସ ଦିଅନ୍ତୁ । ଦେଶବାସୀ ତାଙ୍କ କଥା ଶୁଣିଲେ ଓ ତାଙ୍କୁ ଷାଠିଏ ମାସ ସମୟ ନିରଙ୍କୁଶ ଭାବରେ ଦେଲେ । ଷାଠିଏ ମାସ ସମୟରୁ ୪୮ ମାସ ସମୟ ଯାଇ ସାରିଛି । ଏଇ ୪୮ ମାସରେ ଭାରତ ପାଇଛି କଣ? ଏବେ ବିଜେପି ତରଫରୁ କୁହାଯାଉଛି – ଘରେ ଘରେ ବିକାଶ । ବଢିଅ । ବିକାଶ ପହଞ୍ଚିଛି ଘରେ ଘରେ ! ଏଟିଏମ ରେ ଟଙ୍କା ନାହିଁ, ତାହା କଣ ବିକାଶ ନୁହେଁ? ବିମୁଦ୍ରାକରଣ ନାମରେ ଦେଶର ଅର୍ଥନୀତି ଶିଥିଳ ହୋଇଗଲା, ତାହା କଣ ବିକାଶ ନୁହେଁ ? ବ୍ୟାଙ୍କ ଗୁଡିକ ଅ ।ଜି ଦେବାଳିଅ ।, ଗ୍ରାହକ ଜାଣେନାହିଁ ତା ଧଳା ଟଙ୍କା ସୁରକ୍ଷିତ କି ନୁହେଁ, ଏହା ବି ତ ବିକାଶ! ପେଟ୍ରୋଲ ଦର ୮୫ ଟଙ୍କା ରେ ପହଞ୍ଚିଛି, ଭଲ ଦିନ କଣ ସତରେ ଅ ।ସି ନାହିଁ!!ଗତ ଦୁଇ ବର୍ଷ ହେଲା କାଶ୍ମୀର ଜଳୁଛି, ବେଦାନ୍ତ କାରଖାନା ଲାଗି ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରାଯାଉଛି, ହରିୟାନାରେ କେତେଥର ପୋଡାଜଳା ହେଲାଣି, ଗୋରକ୍ଷା ନାଁ ରେ କେତେ ନିରୀହ ଲୋକଙ୍କୁ ହତ୍ୟା କରାଗଲାଣି, ଏ ସବୁ ବିକାଶର ସଙ୍କେତ କି ନୁହେଁ ! ବାସ୍ତବରେ ଅ ।ଜିର ତାରିଖରେ ପ୍ରଧାନମନ୍ତ୍ରୀ ଏସବୁ କଥା କହିବା ଉଚିତ । ସେ କିନ୍ତୁ ଫିଟନେସର ମନ୍ତ୍ର ଦେଉଛନ୍ତି । ଭାଷଣ ଦେବାକୁ ତାଙ୍କ ପାଖରେ ବହୁତ ଓଜନଦାର ଶବ୍ଦ ଓ ଭାବ ସବୁ ରହିଛି, ହେଲେ ତଥ୍ୟ ଓ ଯୁକ୍ତି ସହ ପ୍ରଧାନମନ୍ତ୍ରୀଙ୍କର କୌଣସି ସମ୍ପର୍କ ନାହିଁ ।
ଇତିମଧ୍ୟରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଗୁଡିକ ଭାରତର ସାମାଜିକ ଜୀବନ ଓ ସଦ୍ଭାବକୁ ନେଇ ଅତ୍ୟନ୍ତ ନକାରାତ୍ମକ ରିପୋର୍ଟ ସବୁ ଛାପି·ଲିଛନ୍ତି । ଗୋଟେ ସମୟରେ କଂଗ୍ରେସ ସରକାରକୁ ଭ୍ରଷ୍ଟ ଓ ଗଣତନ୍ତ୍ର ବିରୋଧୀ ବୋଲି କହୁଥିବା ବିଜେପି ଅ ।ଜି କଂଗ୍ରେସର ସବୁ ପୁରୁଣା ଦୁର୍ଗୁଣକୁ ନିଜର କରିନେଇଛି । ସବୁ କଥାରେ ଏବେ କଂଗ୍ରେସ ବିଜେପି ଲାଗି ମାନକ ସାଜିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ବିଜେପି ଯେଉଁ ପ୍ରକାର ଘୋଡା ବେପାର କଲା, ତାହା ଏହି ଦଳର ଭାବ ମୂର୍ତ୍ତିକୁ କଂଗ୍ରେସ ଠାରୁ ମଧ୍ୟ ଖରାପ ସ୍ଥିତିକୁ ନେଇଯାଇଛି । ସବୁଠୁ ମଜାର କଥା ହେଉଛି, ·ରି ବର୍ଷ ତଳେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଗାଳି କରୁଥିଲେ, ଅ ।ଜି ବି ସେୟା କରୁଛନ୍ତି । ୪୮ମାସ ସରକାର ଚଳାଇ ସାରିଲା ପରେ ମଧ୍ୟ ଅ ।ଜି ସବୁ ସମସ୍ୟା ଲାଗି କଂଗ୍ରେସ ଓ ନେହେରୁଙ୍କୁ ଗାଳି କରିବାର ପିଲାଳିଅ । ପ୍ରକୃତି ପ୍ରଧାନମନ୍ତ୍ରୀଙ୍କର ଯାଉନାହିଁ । ଅନେକାଂଶରେ ଦେଶ ଅ ।ଜି ଏକ ଅଦ୍ଭୁତ ସ୍ଥିତିରେ ଠିଅ । ହୋଇଛି ।
ମୋଦୀ ବୋଧହୁଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ସବୁଠୁ କମ ସମୟ ସଂସଦରେ ନିଜର ବକ୍ତବ୍ୟ ରଖିଛନ୍ତି । ଗତ ·ରିବର୍ଷ ଭିତରେ ସଂସଦକୁ ଏକ ପ୍ରକାର ଅଚଳ କରି ଦିଅ ।ଯାଇଛି । ସଂସଦ ଅଚଳ ହେବା ଲାଗି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଅସଲ କଥା ହେଉଛି, ସଂସଦ ପରି·ଳନା ଗୃହର ନେତା ଭାବରେ ପ୍ରଧାନମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ । ସଂସଦରେ ପ୍ରଧାନମନ୍ତ୍ରୀ ନରହିବା ଓ ସଂସଦ ଅଚଳ ହେବା, ଏ ଦେଶର ଗଣତନ୍ତ୍ର ଲାଗି ସବୁଠୁ ବଡ ବିପଦ । ସେହିପରି ପ୍ରଧାନମନ୍ତ୍ରୀ ହେବା ପରଠୁ ମୋଦୀ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀରେ କଥାବାର୍ତ୍ତା କରିନାହାନ୍ତି । ନିକଟରେ ଫ୍ରାନ୍ସ ର ଏକ ସଂବାଦପତ୍ର ମୋଦୀଙ୍କ ସାକ୍ଷାତ୍କାର ଛାପିବାକୁ ମନା କରିଦେଲେ, କାରଣ ମୋଦୀ ସମ୍ପୃକ୍ତ ସଂବାଦପତ୍ର ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ହେବାକୁ ମନାକଲେ । କେବଳ ନିଜର ପସନ୍ଦ ଥିବା କିଛି ସାମ୍ବାଦିକଙ୍କୁ ସାକ୍ଷାତ୍କାର ଦେବା ବ୍ୟତୀତ ଜଣେ ବି ମୁକ୍ତ ସାମ୍ବାଦିକଙ୍କ ପ୍ରଶ୍ନର ସାମ୍ନା ସେ କରିନାହାନ୍ତି । ଏକଥା କହିଲା ବେଳେ ଅ ।ମେ ବେଶ ସଚେତନ ଯେ ମୋଦୀ ପୃଥିବୀର ସବୁଠୁ ବୃହତ ଗଣତନ୍ତ୍ର ପ୍ରତିନିଧି । ସଂସଦରେ ଓ ସାମ୍ବାଦିକ ସମ୍ମିଳନୀରେ କଥା କହିବାକୁ ·ହୁନଥିବା ମୋଦୀ କିନ୍ତୁ ସାଧାରଣ ସଭା ଗୁଡିକରେ ବେଶ ମୁଖର । ସାଧାରଣ ସଭା ଗୁଡିକରେ ତାଙ୍କର ବକ୍ତବ୍ୟ ଅତିମାତ୍ରାରେ ନାଟକୀୟ ଓ କଞ୍ଚା ଓଡିଅ ।ରେ କହିଲେ ଯାତ୍ରା ସଂଳାପ ।

କହିବା ଓ କରିବା ଭିତରେ ପ୍ରଧାନମନ୍ତ୍ରୀ ଦୁଇଟି ଅଲଗା ଚରିତ୍ର ଭଳି ଲାଗୁଛନ୍ତି । ଦେଶରେ ଦୁର୍ନୀତି ମୁକ୍ତ ଶାସନ ବିଜେପିର ଗୋଟେ ବଡ ପ୍ରତିଶ୍ରୁତି ଥିଲା । ୪୮ ମାସ ପରେ ଅ ।ଜି କୌଣସି ବି ବିଜେପି ନେତା ଛାତିରେ ହାତ ଦେଇ କହିପାରିବେ ନାହିଁ ଯେ ଦେଶରେ ଦୁର୍ନୀତି ହଟି ଯାଇଛି । ବରଂ ଏଇ ସରକାର ଅମଳରେ ଦୁର୍ନୀତି ବିରୋଧୀ ସ୍ୱରକୁ ସର୍ବାଧିକ ଦମନ କରାଯାଇଛି । ଲୋକପାଳ ଅ ।ନ୍ଦୋଳନର ପ୍ରବାହରେ କଂଗ୍ରେସ ବିରୋଧୀ ଜନମତ ସୃଷ୍ଟି ହୋଇଥିଲା ଓ ତାହାର ଫାଇଦା ନେଇ ମୋଦୀ ପ୍ରଧାନମନ୍ତ୍ରୀ ହେଲେ, କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରଠୁ ଅ ।ଜିଯାଏ ଲୋକପାଳ କଥା ତାଙ୍କର ମନେ ପଡ଼ୁନାହିଁ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପନ୍ଦର ହଜାର କୋଟି ଟଙ୍କା ଖାଇ ନୀରବ ମୋଦୀ ଓ ମେହୁଲ େ·କସି ଏବେ ଦେଶ ବାହାରେ ଅ ।ରାମରେ ଅଛନ୍ତି । ଅ ।ରମରେ ଅଛନ୍ତି ବିଜୟ ମାଲ୍ୟା, ଲଳିତ ମୋଦୀ ପ୍ରମୁଖ । ଏକ୍ସିସ ବ୍ୟାଙ୍କ ଓ ଅ ।ଇସିଅ ।ଇସିଅ ।ଇ ବ୍ୟାଙ୍କରେ ବଡ ଧରଣର ଘୋଟାଲା ଏବେ ଚର୍ଚ୍ଚାରେ ରହିଛି । ବ୍ୟାପମ ଦୁର୍ନୀତି, ଚିଟ୍ଫଣ୍ଡ ଦୁର୍ନୀତି, କୋଇଲା ଘୋଟାଲା, ଖଣି ଦୁର୍ନୀତି ଇତ୍ୟାଦି କ୍ଷେତ୍ରରେ ମୋଦୀ ସରକାର ପୁରା ନୀରବ । ଅପରପକ୍ଷରେ ବିଜେପି ସଭାପତି ଅମିତ ଶାହଙ୍କ ପୁଅ ଜୟେଶ ଶାହ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ପରିବାର ଇତ୍ୟାଦିଙ୍କ ନାଁରେ ଗୁରୁତର ଦୁର୍ନୀତି ଅଭିଯୋଗ ଅ ।ସିଥିଲେ ମଧ୍ୟ ସେସବୁର ତଦନ୍ତ ହୋଇନାହିଁ ।
ସବୁଠୁ ବଡ କଥା ହେଉଛି, ଗତ ୪୮ ମାସ ଭିତରେ ଏ ଦେଶରେ କିଛି ଗୋଟାଏ ଐତିହାସିକ ପରିବର୍ତ୍ତନ ଘଟିଛି କି ? ନିର୍ବାଚନ ସଂସ୍କାର ହେଉ ଅବା ଗଣତନ୍ତ୍ରର ସୁଦୃଢୀକରଣ, ଉତ୍ତର ଦାୟୀ ସରକାର ହେଉ ବା ଭ୍ରଷ୍ଟା·ର ମୁକ୍ତ ପ୍ରଶାସନ, ଏ ସବୁ କ୍ଷେତ୍ରରେ ଠୋସ ରାଜନୈତିକ ଫଇସଲା ନେବାର ସାହସ ଏ ସରକାର ପାଖରେ ନାହିଁ । ଅନ୍ତତଃ କଂଗ୍ରେସ ସରକାର ଅମଳରେ ସୂଚନା ଅଧିକାର, ଖାଦ୍ୟ ସୁରକ୍ଷା ଅଧିକାର, ଶିକ୍ଷା ଅଧିକାର, ଜଙ୍ଗଲ ଜମି ଅଧିକାର ଭଳି କେତେକ ଜଣ କଲ୍ୟାଣକାରୀ ପଦକ୍ଷେପ ନିଅ ।ଯାଇଥିଲା । ମୋଦୀ ସରକାର ଅମଳରେ ନାଗରିକଙ୍କୁ ଅଧିକାର ଦେବାର ପ୍ରକ୍ରିୟାକୁ ସଙ୍କୁଚିତ କରି ଦିଅ ।ଯାଇଛି । ଗଣତନ୍ତ୍ର ଏବେ ଜଣେ ବ୍ୟକ୍ତିର ଜୟଗାନକାରୀ ତନ୍ତ୍ର ଭଳି ମନେ ହେଉଛି । ଯୋଜନା ସବୁକୁ ସରକାରୀ ଦାନ ଭଳି ସରକାର ବିବେଚନା କରୁଛନ୍ତି । ଗଣତନ୍ତ୍ର ଲାଗି ଏହା ସବୁଠୁ ବଡ ବିଡମ୍ବନା ।
ପ୍ରଧାନମନ୍ତ୍ରୀ ଯଦିଓ ଦଳୀୟ ବ୍ୟକ୍ତି, ଅନୁଷ୍ଠାନ ଭାବରେ ସେ ଏ ଦେଶର ୧୩୦ କୋଟି ଲୋକଙ୍କର ପ୍ରତିନିଧି । ତାଙ୍କୁ ଭୋଟ ଦେଇଥିବା ୩୧% ଲୋକଙ୍କର ନେତା ଭାବରେ ସେ କାର୍ଯ୍ୟ କରିବା ସମୀଚୀନ ନୁହେଁ । ସେ ତାଙ୍କୁ ଭୋଟ ଦେଇନଥିବା ବାକି ୬୯% ନାଗରିକଙ୍କର ମଧ୍ୟ ପ୍ରତିନିଧି । ସେ ରାଜନୈତିକ ବିରୋଧ ସତ୍ତେ୍ୱ ବିରୋଧିଦଳଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ । ବୋଧହୁଏ ଭାରତର ଇତିହାସରେ ବିରୋଧିଦଳ ପ୍ରତି ଏତେ ଅଧିକ ଅସହିଷ୍ଣୁ ଓ ଅ ।ବଶ୍ୟକ ପଡିଲେ ଅ ।କ୍ରମକ ପ୍ରଧାନମନ୍ତ୍ରୀ ଅ ।ଉ କେହି ନଥିଲେ । ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କ ବିରୋଧରେ କଂଗ୍ରେସ ଶକ୍ତିଶାଳୀ ପ୍ରାର୍ଥୀ ଦେଉନଥିଲା । ନେହେରୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବିରୋଧୀ ରାଜନୀତିକୁ ପ୍ରୋତ୍ସାହାନ ଦେଉଥିଲେ । ଯଦି ନେହେରୁ ଅସହିଷ୍ଣୁତା ଦେଖେଇଥାନ୍ତେ ତାହେଲେ ଅ ।ଜି ବିଜେପିର ଅସ୍ତିତ୍ୱ ନଥାନ୍ତା । ଅ ।ଦର୍ଶଗତ ବିରୋଧ ସତ୍ତେ୍ୱ ନେହେରୁ ଶ୍ୟାମାପ୍ରସାଦ ଚୌଧୁରୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିଲେ । ଅ ।ଜି ସେ ପ୍ରକାର ଉଦାରତାର କଳ୍ପନା କରିବା ବୃଥା । ଅ ।ଜି କଂଗ୍ରେସ ମୁକ୍ତ ଭାରତର କଥା ମୋଦୀ କହୁଛନ୍ତି । ଦେଶର ପ୍ରମୁଖ ବିରୋଧୀ ଦଳକୁ ଧମକ ଦେବା, ଖୋଲାଖୋଲି ଅପମାନିତ କରିବା ଗଣତନ୍ତ୍ର ଶାସନର ପରି·ୟକ ନୁହେ, ଏକଥା ମୋଦୀଙ୍କୁ ଅବଶ୍ୟ ବୁଝାଇ ହେବନାହିଁ ।
୪୮ ମାସର ଶାସନରେ ମୋଦୀ କଣ କରିଛନ୍ତି ତାହାର ହିସାବ ସେ ଦେବେ ଓ ସେ ହିସାବର ବିଶ୍ଲେଷଣ ଦେଶବାସୀ କରିବେ । ତେବେ ଅ ।ମର ଉତ୍ତର ପିଢି ମୋଦୀଙ୍କୁ ଜଣେ ଉଦାର ଗଣତନ୍ତ୍ରର ପ୍ରତିନିଧି ଭାବରେ ମନେ ରଖିବେ ନାହିଁ । ସେ ଯେତେଥର ବା ଯେତେ ବର୍ଷ ଶାସନ କଲେ ମଧ୍ୟ ଏ ଦେଶର ଗଣତାନ୍ତ୍ରିକ ପରମ୍ପରାରେ ତାଙ୍କର ଯୋଗଦାନ ଅ ।ଦୌ ଉଲ୍ଲେଖଯୋଗ୍ୟ ହୋଇ ରହିବ ନାହିଁ । ଏ ଦେଶ ମନେ ରଖିବ ଯେ ଯେତେବେଳେ ଅ ।ମେ ପେଟ୍ରୋଲ ଓ ଡିଜେଲ ଦରରେ ଅତିଷ୍ଠ ହୋଇ ହାହାକାର କରୁଥିଲୁ, ସେତେବେଳେ ଅ ।ମ ପ୍ରଧାନମନ୍ତ୍ରୀ ଅ ।ମକୁ ଶରୀର ଚର୍ଚ୍ଚାର ଭାଷଣ ଶୁଣାଉଥିଲେ !!

By Kedar Mishra

Kedar Mishra is the Editor of AMFNews.com.

Related Post