Thu. Aug 13th, 2026

ନଭେମ୍ବରରେ ଓଡ଼ିଶା ଆସିବ ଜାପାନ ପ୍ରତିନିଧି ଦଳ

291 Views

ଭୁବନେଶ୍ବର, ନଭେମ୍ବର ୦୧: ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ମାସରେ ଜାପାନର ରାଷ୍ଟ୍ରଦୂତ କେନ୍‌ଜି ହୀରାମାତସୁଙ୍କ ନେତୃତ୍ବରେ ଜାପାନର ଏକ ପ୍ରତିନିଧି ଦଳ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତର ପୂର୍ବାଞ୍ଚଳରେ ପୁଞ୍ଜିନିବେଶ ବଢ଼ାଇବାକୁ ଜାପାନ ଚାହୁଁଥିବାରୁ ଏହି ଗସ୍ତ ଓଡ଼ିଶା ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି। ଜନତା ମଇଦାନ ଠାରେ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଅନୁଷ୍ଠିତ ହେବ।

ପୁଞ୍ଜିନିବେଶ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାପାନ ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆଲୋଚନା ହେବ। ସେ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ। ଜାପାନ ରାଷ୍ଟ୍ରଦୂତ ଓଡ଼ିଶା ସମେତ ପୂର୍ବାଞ୍ଚଳର ଆଉ କିଛି ରାଜ୍ୟ ମଧ୍ୟ ଗସ୍ତ କରିବେ। ଜାପାନ ପ୍ରତିନିଧିଙ୍କ ଏହି ଗସ୍ତରୁ ଓଡ଼ିଶା ସରକାର ବ୍ୟାପକ ପୁଞ୍ଜି ପାଇବାର ଆଶା ଥିବାରୁ ରାଜ୍ୟ କର୍ତୃପକ୍ଷ ପ୍ରତିନିଧି ଦଳକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ବୋଲି ଇପିକଲ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଇପିକଲ୍ ହେଉଛି ମେକ୍ ଇନ୍ ଓଡ଼ିଶାର ନୋଡାଲ୍ ଏଜେନ୍ସି।

By amfnews

Related Post