Tue. Sep 29th, 2026

ନବବର୍ଷ ପୂର୍ବ ସନ୍ଧ୍ୟାରେ ସଂକ୍ଷିପ୍ତ ପୋଷାକ ନ ପିନ୍ଧିବାକୁ ମହିଳାମାନଙ୍କୁ ବଡ଼ୋଦରା ପୁଲିସର ପରାମର୍ଶ

298 Views

ବଡ଼ୋଦରା, ଡିସେମ୍ବର ୨୭ : ନବବର୍ଷ ପୂର୍ବ ସନ୍ଧ୍ୟାରେ ଛୋଟ ପୋଷାକ ନ ପିନ୍ଧିବାକୁ ବଡ଼ୋଦରରା ପୁଲିସ ଅଧିକାରୀମାନେ ମହିଳାମାନଙ୍କ ସୁରକ୍ଷା ପାଇଁ ଜାରିକରିଥିବା ଉପଦେଶାବଳୀରେ ପରାମର୍ଶ ଦେଇଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି: ଲୋକେ ଏମିତି କିଛି କାମ କରନ୍ତୁ ନାହିଁ ଯାହା ପିଲାଙ୍କ ଉପରେ ଏବଂ ସୁସଂସ୍କାରୀ ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ନାରୀମାନଙ୍କ ସୁରକ୍ଷା ପାଇଁ କ’ଣ କରିବା ଓ ନ କରିବା ଉଚିତ- ସେ ତାଲିକାରେ ଏକଥା ଉପରେ ଆଲୋକପାତ କରିଛି ପୁଲିସ।

ବଡ଼ୋଦରା ପୁଲିସ କମିସନର ଅନୁପମ ସିଂହ ଘାଲୌଟ୍‌ ଜାରି କରିଥିବା ବିଜ୍ଞପ୍ତିରେ ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ ଓ ବିଶୃଙ୍ଖଳ ଆଚରଣ ନ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରତିବର୍ଷ ନବବର୍ଷକୁ ସ୍ୱାଗତ କରିବା ନିମନ୍ତେ ଡିସେମ୍ବର ୩୧ ତାରିଖ ପାଳନ କରିବା ବାହାନାରେ ଅସାମାଜିକ ତତ୍ତ୍ୱମାନେ ନିଜେ ବା ସେମାନଙ୍କ ଚିହ୍ନାପରିଚୟ ଲୋକମାନଙ୍କ ଦ୍ୱାରା ନାନା ପ୍ରକାରର ପାର୍ଟି ଆୟୋଜନ କରୁଛନ୍ତି। ଏହି ପାର୍ଟିରେ ନିଶାମିଶ୍ରିତ ପାନୀୟ, ଅଶୋଭନୀୟ ଆଚରଣ ଓ ଭଙ୍ଗୀ ଆଦି ଚାଲୁଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।

By amfnews

Related Post