Fri. Jul 3rd, 2026

ନନ୍ଦନକାନନରେ ପକ୍ଷୀଙ୍କ ଗଣନା: ଆସିଲେନି ଇଣ୍ତିଆନ ସ୍କିମର୍‌ ସମେତ ୯ ପ୍ରଜାତି ପକ୍ଷୀ

429 Views

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାଞ୍ଜିଆ ହ୍ରଦକୁ ଚଳିତ ଶୀତ ଋତୁରେ ୨୮ ପ୍ରଜାତିର ମୋଟ ୨୪୬୮ ପକ୍ଷୀଙ୍କ ଆଗମନ ହୋଇଥିବା ପକ୍ଷୀ ଗଣନାରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଆଗନ୍ତୁକ ପକ୍ଷୀଙ୍କ ସଂଖ୍ୟା ସାମାନ୍ୟ କମିଥିବା ବେଳେ ବିଲୁପ୍ତପ୍ରାୟ ଇଣ୍ଡିଆନ୍‌ ସ୍କିମର୍‌ ସମେତ ୯ ପ୍ରଜାତିର ପକ୍ଷୀ ଆସିନାହାନ୍ତି। କିନ୍ତୁ ନୂଆ ଭାବେ ୮ଟି ପ୍ରଜାତି ପକ୍ଷୀଙ୍କ ଆଗମନ ହୋଇଛି।

୨୦୧୮ରେ ଶୀତ ଋତୁରେ ୨୯ ପ୍ରଜାତିର ୨୫୧୪ ପକ୍ଷୀ ଆସିଥିବା ଗଣନା ରିପୋର୍ଟ ରହିଛି। ନନ୍ଦନକାନନର ଜନ୍ତୁ ବିଭାଗ ଏସିଏଫ୍ ଅଞ୍ଜନ କୁମାର ମହାନ୍ତ, ପର୍ଯ୍ୟଟନ ପରିଚାଳନା ବିଭାଗ ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା, ରେଞ୍ଜ ଅଫିସର୍‌ ସମିର ସାହୁ, ଅଶୋକ ଦାସ, ଅବସରପ୍ରାପ୍ତ ଅଭିଜ୍ଞ ଅଫିସର କମଳ ଲୋଚନ ପୁରୋହିତଙ୍କ ସହ ଏସ୍ଓଏ, ଓୟୁଏଟି, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କଟକର ଏକ ପକ୍ଷୀଗଣନା ସଂସ୍ଥାକୁ ମିଶାଇ ୬ଟି ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ପକ୍ଷୀ ଗଣନା କରିଛନ୍ତି। ଏମାନେ ନନ୍ଦନକାନନକୁ ବେଷ୍ଟିତ ହୋଇରହିଥିବା କାଞ୍ଜିଆ, କିଆଖଣି, ମଶାଣି ପଦା ଓ ନାଲି ପଡ଼ିଆ ଖାଦାନ ପରିଦର୍ଶନ କରି ଗଣନା କରିଛନ୍ତି।

By amfnews

Related Post