Wed. Sep 30th, 2026
208 Views

କାମାକ୍ଷାନଗର : କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁର ସଂଜୀବ କୁମାର ସ୍ବାଇଁ(୩୦) ଆଜି ଗାଁ ପାଖ ରାମିଆଳ ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସଂଜୀବ କେତେକ ସାଙ୍ଗ ସହିତ ନଦୀକୂଳରେ ଆଜି ଭୋଜି କରିଥିଲେ। ଭୋଜି ରନ୍ଧା ଚାଲିଥିବାବେଳେ ସେ ନଦୀରେ ଗାଧୋଇଥିଲେ। ବାଲି ଚାଲାଣ ଯୋଗୁଁ ସେଠାରେ ନଦୀ ଖୁବ୍‌ ଗଭୀର ରହିଛି। ସଂଜୀବ ଗଭୀର ପାଣିିକୁ ପଶି ବାହାରି ପାରିନଥିଲେ। ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ଏ ସଂପର୍କରେ ତଦନ୍ତ ଚଳାଇଛି।

By amfnews

Related Post