Wed. Sep 30th, 2026

ନଗଡ଼ା ଦୁର୍ନୀତି; ୬ ଅଧିକାରୀଙ୍କୁ ନୋଟିସ୍

196 Views

ଭୁବନେଶ୍ୱର : ନଗଡ଼ାର ନଗ୍ନ ଚିତ୍ର ଦିନେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଏହାପରେ ତତ୍ପର ହୋଇ ଉଠି ନଗଡ଼ାର ବିକାଶ ପାଇଁ ସରକାର ୨୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ମାତ୍ର ନଗଡାରେ ବିକାଶ ପାଇଁ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ନେଇ ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।  ଏହାପରେ ନଗଡ଼ା ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ? କେଉଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ?

ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦେବା ପାଇଁ ଯାଜପୁର ଜିଲ୍ଲାର ୬ଜଣ ଅଧିକାରୀଙ୍କୁ ଲୋକାୟୁକ୍ତ ନୋଟିସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ୍‌ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଧ୍ୟ ଅଛନ୍ତି। ୬ ସପ୍ତାହ ମଧ୍ୟରେ ଏନେଇ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି।

 

By amfnews

Related Post