Thu. Sep 24th, 2026

ନକ୍ସଲ ଭୟରେ ଥରହର ଆଦିବାସୀ ପରିବାର ଗାଁ ଛାଡ଼ିଲେ

208 Views

ମାଲକାନଗିରି : ପୁଲିସ୍‌ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ନିର୍ଧୂମ ପିଟିଲେ। ଗାଁ ଛାଡ଼ିବାକୁ ଧମକ ଦେଲେ। ଗାଁ ନଛାଡ଼ିଲେ ମୃତ୍ୟୁଦଣ୍ଡ ସୁନିଶ୍ଚିତ ବୋଲି କହିଲେ। ଏଥିରେ ଭୟଭୀତ ହୋଇ ପରିବାର ସହ ଭିଟାମାଟି ଛାଡ଼ିଦେଲେ ଗଙ୍ଗା ମାଢ଼ିଙ୍କ ପରିବାର।

ମାଲକାନଗିରି ଜିଲ୍ଲା ନକ୍ସଲ ଉପଦ୍ରୁତ ତୁଳସୀ ପାହାଡ଼ କଟୁଆ ପଦରରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ କିମ୍ବା ପ୍ରଶାସନ ସେଠାରେ ପହଞ୍ଚି ପାରି ନାହାନ୍ତି । ଅପରପକ୍ଷେ ପୁଲିସ୍‌କୁ ଖବର ଦେଲେ ନକ୍ସଲ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ। ଏହି ଆଶଙ୍କାରେ ନିଜ ଭିଟାମାଟି, ଜମିବାଡ଼ି ଛାଡ଼ି ଦେଇଛନ୍ତି ଗଙ୍ଗାଙ୍କ ପରିବାର ଏବେ ଧାକଡ଼ ରାଶି ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି।

ନିଜ ଭିଟାମାଟି, ବିଲବାଡ଼ି ଛାଡ଼ି ଆସିଥିବା ବେଳେ ଗଙ୍ଗାଙ୍କ ଗାଁକୁ ଫେରିବା ବାଟ ବନ୍ଦ ହୋଇଯାଇଛି। ତେଣୁ ଆଗକୁ କ‘ଣ କରିବେ, କିପରି ପରିବାର ସଦସ୍ୟଙ୍କ ମୁହଁରେ ଦାନା ଦେବେ, ଏବେ କେବଳ ସେଇ ଚିନ୍ତା ଘାରିଛି ଗଙ୍ଗାଙ୍କୁ।

By amfnews

Related Post