Thu. May 14th, 2026

ନକ୍ସଲଙ୍କ ବର୍ବର କାଣ୍ଡ, ପୁଲିସ ଇନଫର୍ମର୍ ସନ୍ଦେହରେ ଘରେ ପଶି ଯୁବକଙ୍କୁ ଗୁଳି କରି ହତ୍ୟା

205 Views

କ. ନୂଆଗାଁ: କନ୍ଧମାଳ ଜିଲ୍ଲାର କ. ନୂଆଗାଁ ଥାନା ଅଞ୍ଚଳରେ ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର୍ ସନ୍ଦେହରେ ନକ୍ସଲମାନେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାଯାଇଛି।। ଖାଲି ସେତିକି ନୁହେଁ, ହତ୍ୟା ପରେ ଯୁବକଙ୍କ ମୃତଦେହ ଗାଁ ସ୍କୁଲ ନିକଟରେ ନକ୍ସଲମାନେ ଫିଙ୍ଗି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କ. ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତର ବୁଡୁରୁମା ଗାଁରେ ମାଓବାଦୀମାନେ ପୁଲିସ ଇନଫର୍ମର୍ ସନ୍ଦେହରେ ରଂଜନ କୁମାର ଦିଗାଲଙ୍କ ଘରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗତ ରାତ୍ରି ପ୍ରାୟ ୧୦ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଆଗରୁ ନକ୍ସଲମାନେ ରଂଜନ କୁମାର ଦିଗାଲଙ୍କୁ ହତ୍ୟାର ଧମକ ଦେଇଥିଲେ।

By amfnews

Related Post