Thu. Sep 24th, 2026

ନକଲି ମୋବିଲ କାରଖାନା ଠାବ; ଦୁଇ ଗିରଫ

194 Views

ବାଲେଶ୍ୱର :  ବାଲେଶ୍ୱର ଜିଲ୍ଲା ଅରଡ଼ବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ପୁଲିସ୍ ସେଠାରୁ ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି।

ଅରଡ଼ବଜାରରେ ଏକ ନକଲି ମୋବିଲ କାରଖାନା ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଆଜି ସହଦେବଖୁଣ୍ଟା ପୁଲିସ ଏହି ନକଲି ମୋବିଲ କାରଖାନାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ  କମ୍ପାନୀର ମାଲିକ ଫେରାର ହୋଇଯାଇଥିଲା। ଏହି କାରଖାନାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post