Sun. Sep 13th, 2026

ଧ୍ୟାନ ଚାନ୍ଦଙ୍କ ୧୧୩ ତମ ଜନ୍ମ ଦିନକୁ ଜାତୀୟ କ୍ରିଡ଼ା ଦିବସ ରୂପେ ପାଳିତ

356 Views

ଆହ୍ଲାବାଦ   :    ଆଜି ଜାତୀୟ କ୍ରୀଡ଼ା ଦିବସ। ଆଜି ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ଧ୍ୟାନଚାନ୍ଦ ୧୯୦୫ ମସିହା ଅଗଷ୍ଟ ଆଜିର ଦିନରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ୧୭ ବର୍ଷ ବୟସରୁ ସେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ।

ହକିର ଯାଦୁଗର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୧୯୨୮, ୧୯୩୨, ୧୯୩୬ରେ ଭାରତ ଲଗାତର ୩ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ଧ୍ୟାନଚାନ୍ଦଙ୍କ ପାଇଁ ହିଁ ସେ ସମୟରେ ବିଶ୍ୱହକିରେ ଟିମ୍ ଇଣ୍ଡିଆର ପ୍ରଭୁତ୍ୱ ବିସ୍ତାର ହୋଇଥିଲା। ୧୯୪୮ ମସିହାରେ ସେ ହକିରୁ ଅବସର ନେଇଥିଲେ। ଆଜି ତାଙ୍କର ୧୧୦ତମ ଜୟନ୍ତୀ। ପ୍ରତିବର୍ଷ ଭଳି ଏହି ଦିନକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ। ଅନ୍ତାର୍ଜାତୀୟ ତଥା ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ା ବିତଙ୍କୁ ସମ୍ମାନିତ କରାଯିବ।

By amfnews

Related Post