Wed. Oct 21st, 2026

ଧୀରେ ଧୀରେ ପ୍ରଳୟଙ୍କରୀ ରୂପ ନେଉଛି ଇଣ୍ଡୋନେସିଆ ଅଗ୍ନେୟଗିରି, ସୁନାମୀ ନେଇ ଚେତାବନୀ ଜାରି

412 Views

ଜାକାର୍ତ୍ତା : ଇଣ୍ଡୋନେସିଆରେ ହୋଇଥିବା ପ୍ରଳୟଙ୍କରୀ ଆଗ୍ନେୟ ଉଦଗୀରଣ ଓ ତା’ ପରେ ଆସିଥିବା ସୁନାମୀ ଫଳରେ ପାଖାପାଖି ୨୨୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ୮୪୩ ଜଣ ଆହତ ମଧ୍ୟ ହୋଇଥିଲେ। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଥିଲା। ଇଣ୍ଡୋନେସିଆର ସୁମାତ୍ରା ଓ ଜାଭାରେ ଲୋକମାନଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିବା ରିପୋର୍ଟ ଜଣାପଡ଼ିଥିଲା।

ପ୍ରାୟ ୯୦ ବର୍ଷ ତଳେ ଏହି ଅନକ କ୍ରାକାଟୋଆ ନାମକ ଆଗ୍ନେୟଗିରି ସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରିଥିଲା । ଏହା ସମୁଦ୍ର ମଧ୍ୟରୁ ବାହାରି ଏବେ ସମୁଦ୍ର ପତନରୁ ପ୍ରାୟ ୩ ଶହ ମିଟର ଉତ୍ତରେ ରହିଛି । ଆଗ୍ନେୟଗିରି ଉପରେ ଅଧ୍ୟୟନ କରୁଥିବା ଇଣ୍ଡୋନେସିଆ ଗବେଷଣା ସଂସ୍ଥା ଗୁରୁବାର କହିଛନ୍ତି କି, ଅନକ କ୍ରାକାଟୋଆର ଅଲର୍ଟ ଟେଷ୍ଟକୁ ବୃଦ୍ଧି କରାଯାଇଛି। ଏହିଥର ଆଲର୍ଟର ସ୍ତର ସର୍ବୋଚ୍ଚ ସ୍ତରରେ ରଖାଯାଇଛି। ଏଥିସହିତ ବିସ୍ଫୋରଣରେ ପ୍ରଭାବିତ ସୀମା ତିନିମିଲ୍‌ ବୋଲି କୁହାଯାଉଛି।

ଅନକ କ୍ରାକାଟୋଆରୁ ବାରମ୍ବାର ଅଧିକ ମାତ୍ରାରେ ଅଗ୍ନିପିଣ୍ଡୁଳା ବାହାରିବାରେ ଲାଗୁଛି। ସ୍ଥାନୀୟ ପ୍ରଶାସନ ଅଗ୍ନେୟଗିରିରୁ ପାଞ୍ଚ କିିମି ପର୍ଯ୍ୟନ୍ତ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେହିପରି ଜାଭା ଓ ସୁମାତ୍ରା ଉପର ଦେଇ ଯାତ୍ରା କରୁଥିବା ସମସ୍ତ ବିମାନର ପଥକୁ ପରିବର୍ତ୍ତନ କରି ଦିଆଯାଇଛି। ପାରିପାର୍ଶ୍ୱିକ ବାତାବରଣକୁ ଅନୁଧ୍ୟାନ କରି ସୁନମୀ ପୁଣି ଫେରି ପାରେ ବୋଲି ଆଶଙ୍କା କରାଯାଉଛି। ଆଗ୍ନେୟଗିରିରୁ ଅଗ୍ନିପିଣ୍ଡୁଳା ସହିତ ଗରମ ଓ ବିଷାକ୍ତ ଗ୍ୟାସ ପରିବେଶରେ ମାଡି ଚାଲିଛି। ସ୍ଥାନୀୟ ବସିନ୍ଦାକୁ ସମୁଦ୍ରକୂଳକୁ ଯିବାକୁ ବାରଣ କରାଯାଇଛି।

By amfnews

Related Post