Sat. Oct 3rd, 2026

ଧିରେ ଧିରେ କାୟା ମେଲାଉଛି କରୋନାର ନୂଆ ଷ୍ଟ୍ରେନ୍ ,ଆମେରିକାରେ ନୂଆ ସଂକ୍ରମଣ ଚିହ୍ନଟ

455 Views

ଦିଲ୍ଲୀ,ଡିସେମ୍ବର 30 : ବ୍ରିଟେନ୍ ରୁ ଆରମ୍ଭ ହୋଇଥିବା ନୂଆ କରୋନା ଷ୍ଟ୍ରେନ୍ ଧିରେ ଧିରେ ନିଜର  କାୟା ବିସ୍ତାର କଲାଣି । ତେବେ ଏହି ପରିପେକ୍ଷୀରେ ଆମେରିକାର କୋଲୋରାଡୋରେ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କ ନମୁନା ପରୀକ୍ଷା ସମୟରେ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।

ଯାହାଫଳରେ ଏବେ  ଯୁବକଙ୍କୁ କ୍ୱାରାଣ୍ଟାଇନ୍ କରାଯାଇଛି ତେବେ କୋଲୋରାଡୋ ଗଭର୍ନର ଜେରେଡ ପୋଲିସ ସୂଚନା ଦେଇଛନ୍ତି ଯେ ଯୁବକ ଜଣକ କମ୍ ଲୋକଙ୍କ ସହ ମିଶାମିଶି କରିଥିବାରୁ ସଂକ୍ରମଣ କମ୍ ବ୍ୟାପିବାର ସମ୍ଭାବନା ରହିଛି ।

ତେବେ ଏହି ନୂଆ ଷ୍ଟେନ୍ କୁ ନଡ଼ରି ସାମାଜିକ ଦୂରତାକୁ ମାନି ଚଳିବାକୁ କୁହାଯାଇଛି । 

By amfnews

Related Post