Sat. Jun 13th, 2026

ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ମାସ ପରେ କଶ୍ମୀରରେ ପୁଣି ଚାଲିଲା ପୋଷ୍ଟ୍‍ପେଡ୍‌ ମୋବାଇଲ୍‌ ସେବା

306 Views

ଶ୍ରୀନଗର : ସୋମବାର ପ୍ରାୟ ମଧ୍ୟାହ୍ନ ସମୟରେ କଶ୍ମୀର ଉପତ୍ୟକାରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ଵାର୍କ ଜରିଆରେ ପୋଷ୍ଟ୍‍ପେଡ୍‌ ମୋବାଇଲ୍‌ ସେବା ପୁନଶ୍ଚ ଆରମ୍ଭ ହୋଇଛି। ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ କରିବା ପରେ ମୋବାଇଲ୍‌ ଫୋନ୍‌ ସେବା ବନ୍ଦ ରଖା ଯାଇଥିଲା। ସେବା ବନ୍ଦ ହେବାର ୬୯ ଦିନ ପରେ ଆଜି ତାହା ପୁନର୍ବାର ଆରମ୍ଭ କରାଯାଇଛି। ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ଏବଂ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଅଗଷ୍ଟ ନିଷ୍ପତ୍ତି ପରଠାରୁ ବନ୍ଦ ରହିଛି।

ଶନିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ ଘୋଷଣା କରିଥିଲା ଯେ ସୋମବାର ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୪୦ ଲକ୍ଷ ପୋଷ୍ଟ୍‍ପେଡ୍‌ ମୋବାଇଲ୍‌ ଫୋନ୍‌ କାର୍ଯ୍ୟକ୍ଷମ ହେବ। ରାଜ୍ୟର ଯୋଜନା, ପର୍ଯ୍ୟବେକ୍ଷଣ ଏବଂ ବିକାଶର ପ୍ରମୁଖ ସଚିବ ରୋହିତ କଂସଲ୍‌ ଶନିବାର ଦିନ କହିଥିଲେ ଯେ ପ୍ରିପେଡ୍‌ ମୋବାଇଲ୍‌ ସଂଯୋଗ ଏବଂ ଇଣ୍ଟର୍‌ନେଟ୍‌ ସେବା ଉପରେ ଲାଗୁ ହୋଇଥିବା ନିଷେଧାଦେଶ ଜାରି ରହିବ। ପୋଷ୍ଟ୍‍ପେଡ୍‌ ଫୋନ୍‌ ସେବା ଆରମ୍ଭ ହେବା ଆଗରୁ ନିରାପତ୍ତା ବଳ ସମସ୍ତ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି।

By amfnews

Related Post