Mon. May 20th, 2024

ଧାନ ଗଦାରେ ନିଆଁ ଲାଗି ଜଳିଗଲା ୩ ବର୍ଷର ଶିଶୁ

By amfnews Jan 29, 2021
170 Views

କେନ୍ଦ୍ରାପଡ଼ା, ଜାନୁଆରୀ ୨୯ : ଧାନ ଗଦାରେ ନିଆଁ ଲାଗି ଏକ ୩ ବର୍ଷର ଶିଶୁ କନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ମଗରପଣ୍ଡା ଗାଁ ରେ । 

ଧାନ ଖଳାରେ ଜନ୍ତୁଜୁନ୍ତାଙ୍କ ଭୟରେ ଲଗାଯାଇଥିବା ଡିବିରିରୁ ନିଆଁ ଲାଗି ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ ଗ୍ରାମର ରମାକାନ୍ତ ସାମଲ ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ଗତ କାଲି ଧାନ ଖଳାରେ ଡିବିରି ଲଗାଇ ଶୋଇଥିଲେ । ଏହି ସମୟରେ ହଠାତ୍ ଡିବିରିରୁ ନିଆଁ ସଂଯୋଗ ହୋଇ ଧାନ ଗଦାରେ ଲାଗିଯାଇଥିଲା । ଏବଂ ଏହି ଅଗ୍ନିକାଣ୍ଡରେ ରମାକାନ୍ତ, ତାଙ୍କ ସ୍ତ୍ରୀ ଓ ବଡ ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ଗୁରୁତର ଭାବେ ଆହାତ ହୋଇଥିବା ବେଳେ ୩ ବର୍ଷର ସାନ ଝିଅ ଜୀଅନ୍ତା ଦଗ୍ଧ ହୋଇ ଯାଇଛି ।

ଏହାପରେ ଆଜି ସକାଳୁ ଗ୍ରାମବାସୀ ଧାନ ଖଳାରେ ନିଆଁ ଲାଗିଥିବାର ଦେଖି ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ଓ ଆହାତ ପରିବାର ଲୋକଙ୍କୁ ବର୍ତମାନ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଛି ।

By amfnews

Related Post