Thu. Sep 10th, 2026

ଧାନରେ ଚକଡ଼ା ପୋକ, ଫସଲରେ ନିଆଁ ଲଗାଇଲେ ଚାଷୀ

420 Views

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର କଣ୍ଡେରେଇ ଗ୍ରାମରେ ଚକଡ଼ା ପୋକ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଆଖି ଆଗରେ ଅମଳଯୋଗ୍ୟ ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଭାଙ୍ଗି ପଡ଼ୁଛନ୍ତି। ଏପରିକି ନିଜ ଫସଲରେ ନିଆଁ ଲଗାଇ ଦେବାଭଳି ଚରମ ପଦକ୍ଷେପ ବି ନେଉଛନ୍ତି। ସେମିତି ଏକ ଘଟଣାରେ କଣ୍ଡେରେଇ ଗ୍ରାମର ଖଗେଶ୍ବର ଭୋଇ ନିଜ ଫସଲ ପୋଡ଼ି ଦେଇଛନ୍ତି। ଶ୍ରୀ ଭୋଇଙ୍କ ୨ ଏକର ଜମିରେ ରୋଗପୋକ ଯୋଗୁଁ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଧାର କରଜ କରି ସେ ଚାଷ କରିଥିଲେ। ଫସଲ ନଷ୍ଟ ହୋଇ ଯିବାରୁ ଟଙ୍କା କିପରି ପରିଶୋଧ କରିବେ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ । ତାଙ୍କର ଏକ ଏକର ଜମିର ଧାନ ପୋଡ଼ି ଯାଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଶ୍ରୀ ଭୋଇଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

By amfnews

Related Post