Wed. Sep 30th, 2026
245 Views

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜ୍‌ ଅନ୍ତର୍ଗତ ପରଜଙ୍ଗ ବ୍ଲକ୍‌ ଅଞ୍ଚଳର ବସନ୍ତପଡ଼ା ଗାଁ ମୁଣ୍ଡ ଧାନକ୍ଷେତରେ ଗୋଟାଏ ହାତୀ ମରି ପଡ଼ିଥିବାର ଗୁରୁବାର ସକାଳେ ଗ୍ରାମବାସୀମାନେ ଦେଖିଛନ୍ତି।

ଗତ ସନ୍ଧ୍ୟାରେ ୭୦ ସରିକି ହାତୀ ଧାନକ୍ଷେତରେ ପଶି ଫସଲ ଉଜାଡୁଥିଲେ। କୌଣସି କାରଣରୁ ହାତୀ-ହାତୀ ମଧ୍ୟରେ ସଂଘର୍ଷ ଘଟିବାରୁ ଏହି ମାଈହାତୀଟିର ମୃତ୍ୟୁ ଘଟିଥିବା କଥା ଅନୁମାନ କରାଯାଉଛି।

ସକାଳୁ ଫରେଷ୍ଟର୍‌ ଓ ରେଞ୍ଜର୍‌ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନଙ୍କ ସହ ପଶୁ ଡାକ୍ତର ମଧ୍ୟ ଆସିଛନ୍ତି। ମୃତ ହାତୀଟିକୁ ବ୍ୟବଚ୍ଛେଦ କରିବା ପରେ ଯାଇ ତା’ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।

By amfnews

Related Post