Mon. May 20th, 2024

ଧର୍ମଶାଳା ରାଜନୀତିର ଆଉ ଏକ ନିନ୍ଦନୀୟ ଅଧ୍ୟାୟ

By amfnews Sep 17, 2018 #Featured
ଧର୍ମଶାଳା ରାଜନୀତିର ଆଉ ଏକ ନିନ୍ଦନୀୟ ଅଧ୍ୟାୟଧର୍ମଶାଳା ରାଜନୀତିର ଆଉ ଏକ ନିନ୍ଦନୀୟ ଅଧ୍ୟାୟ
921 Views

ଯାଜପୁର,୧୭/୯ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପାଇଁ ବିଭିନ୍ନ ସମୟରେ ଧର୍ମଶାଳା ନିନ୍ଦିତ ହୋଇଛି । ସେ ଡଙ୍କାରୀ ମହଲୁଟ, ପାହାଡ ପର୍ବତ ଲୁଟ, ଇଛାଧିନ କୋଟା, ଟିଟୋ ଓ ଡି ବ୍ରଦର୍ସ ଲିଙ୍କ, ଚିଟଫଣ୍ଡ ଲିଙ୍କ, ଉନ୍ନୟନ କାର୍ଯ୍ୟରେ ଦୁର୍ନିତି, ଦୁର୍ନିତିଗ୍ରସ୍ତ ପ୍ରଶାସକ ଗୌଡା ଲିଙ୍କ, ଘଙ୍ଗପାଟଣା ଓ ଯାରକା ଜଙ୍ଗଲ ଜମି ହଡପ, କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଆହରଣ ଅଭିଯୋଗ, ଟେଣ୍ଡର ଫିକ୍ସିଂ ଆହୁରି ଅନେକ । ଏମିତି କୋଉ ଅଭିଯୋଗ ନାହିଁ ଯେଉଁଥିରେ ଧର୍ମଶାଳା ବିଧାୟକ ନାମ ଯୋଡାଯାଇ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ସେହି ବିଧାୟକଙ୍କ ଇଙ୍ଗିତରେ ଅନୀତିର ଆଉ ଏକ ଫର୍ଦ୍ଦ ଯୋଡା ଯାଇଛି ।

ତାହା ହେଉଛି ପବିତ୍ର ଶିକ୍ଷାନୁଷ୍ଠାନ ପରିସରରେ ରାଜନୀତି କରାଯିବା । ଧର୍ମଶାଳା ବ୍ଲକର ଜେନାପୁର କଲେଜରେ ବି.ଜେ.ଡିର କେତେକ କର୍ମକର୍ତ୍ତା ଓ ବିଜୁ ଛାତ୍ର ଜନତାର ସଭାପତି ଏହି କଲେଜ ଶ୍ରେଣୀ ପ୍ରକୋଷ୍ଠରେ ପଶି ଆସନ୍ତା ୧୯ ତାରିଖରେ ଗଡମଧୁପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗଦେଲେ ଛାତ୍ରଛାତ୍ରୀ ମାନଙ୍କ ବିକାଶ ହେବା ସହ କଲେଜର ଉନ୍ନତି ହେବ ବୋଲି ଭାଷଣ ଦିଆଯାଇ ଥିଲା । ଏହି ନେତାମାନେ ଛାତ୍ରଛାତ୍ରୀ ମାନଙ୍କୁ ଏତେ ବୋକା ଭାବନ୍ତି ଯେ, ବିକାଶ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ସାଧାରଣ ଜନତାଙ୍କର ଏବଂ ଏହା ଧର୍ମଶାଳା ବିଧାୟକଙ୍କ ପ÷ତୃକ ସମ୍ପତି ନୁହେଁ ବୋଲି ଜାଣି ନଥିବାର ଭାବୁଛନ୍ତି । ତେବେ ପାଠପଢା ପାଇଁ ଏହି ଅଂଚଳର ବରିଷ୍ଠ ବ୍ୟକ୍ତି ମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଗଢିଥିବା କଲେଜକୁ ଏଭଳି ରାଜନୈତିକ ଦୃଷ୍ଟିକୋଣରୁ ବ୍ୟବହାର କରାଯିବାକୁ ସାଧାରଣରେ ନାପସନ୍ଦ କରାଯାଇଛି ।

ଅପର ପକ୍ଷରେ ଏହି ସମାବେଶରେ ପୂର୍ବ କଳ୍ପିତ ଯୋଜନା ଅନୁସାରେ କେତେକ ଅନ୍ୟ ଦଳର କର୍ମୀ ବି.ଜେ.ଡିରେ ଯୋଗଦେବାର ଘୋଷଣା କରାଯିବ । । ବାସ୍ତବିକ ବି.ଜେ.ଡିରୁ ଅସନ୍ତୁଷ୍ଟ ହୋଇ ନିକଟ ଅତୀତରେ ଦଳ ଛାଡିଥିବା ଦୁଇ ତିନ ଜଣଙ୍କୁ ପୁଣି ଦଳକୁ ଫେରାଇ ଆଣି ସେମାନଙ୍କ ସହ ନିଜର ସମର୍ଥକ ମାନଙ୍କୁ ଠିଆ କରାଇ ଗଣମାଧ୍ୟମରେ ଶତାଧିକ ଲୋକ ଯୋଗ ଦେଉଥିବାର ପ୍ରଚାର କରାଯିବ । ପୂର୍ବରୁ ମଧ୍ୟ ବିଧାୟକଙ୍କ ତରଫରୁ ଏଭଳି ଅପପ୍ରଚାର କରାଯାଇଛି । ତେବେ ଯୋଗ ଦେଉଥିବା ଏହି ଦୁଇ ତିନି ଜଣ ଲୋକ ମଧ୍ୟ ନିଜର ଲାଭ ଓ ଲୋଭ ଆଶାରେ ଯୋଗ ଦେଉଥିବା ନେଇ ପ୍ରଚାର ଚାଲିଛି । ଏଭଳି ସୁବିଧାବାଦୀ ରାଜନୀତିକୁ ମଧ୍ୟ ସାଧାରଣରେ କଡା ସମାଲୋଚନା କରାଯାଉଛି ।

By amfnews

Related Post