Thu. May 16th, 2024

ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ

By amfnews Dec 25, 2020 #Featured
226 Views

ଭୁବନେଶ୍ୱର, ଡିସେମ୍ବର 25 : ଆଜି ପବିତ୍ର ବଡଦିନ । ରଙ୍ଗ ବେରଙ୍ଗର ଆଲୋକମାଳାରେ ଝଲସୁଛି ଚର୍ଚ୍ଚ । ଡିସେମ୍ବର ୨୪ ତାରିଖ ମଧ୍ୟ ରାତ୍ରୀରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ଚଳଚଂଚଳ ହୋଇଥିଲା ବିଭିନ୍ନ ଚର୍ଚ୍ଚ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ଟ୍ରି ।  ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ରାଜ୍ୟର ବଡ଼ ବଡ଼ ଚର୍ଚ୍ଚଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଛି । ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ଝଳସି ଉଠୁଛି । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ଖ୍ରୀଷ୍ଟ ଧର୍ମାବଳମ୍ବୀ ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ ।

ଖ୍ରୀଷ୍ଟଧର୍ମାବଳମ୍ବୀଙ୍କର ସବୁଠାରୁ ବଡ଼ ପର୍ବ ‘ବଡ଼ଦିନ’ କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ଫଳରେ ଚର୍ଚ୍ଚଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଲୋକଙ୍କର ଭିଡ଼ ରହିବ ନାହିଁ । ରାଜ୍ୟରେ କନ୍ଧମାଳ, ଭୁବନେଶ୍ୱର, ସୁନ୍ଦରଗଡ଼, କଟକ, ବାଲେଶ୍ୱରରେ ବହୁସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଳମ୍ବୀ ରହିଛନ୍ତି  ।  କରୋନା କଟକଣା ଯୋଗୁଁ ଏହି ଚର୍ଚ୍ଚଗୁଡ଼ିକରେ ବହୁସଂଖ୍ୟାରେ ଖ୍ରୀଷ୍ଟିଆନ ଭାଇଭଉଣୀମାନେ ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିପାରିବେ ନାହିଁ । କେଉଁ ଚର୍ଚ୍ଚରେ କେତେ ପରିମାଣରେ ଲୋକ ଅଂଶଗ୍ରହଣ କରିପାରିବେ, ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।  ଛୋଟ ଛୋଟ ଚର୍ଚ୍ଚ ଗୁଡ଼ିକରେ ୨୦ ଜଣ ଓ ବଡ଼ ସ୍ଥାନରେ ଅଧିକାଂଶ ଭାବେ ୫୦ ଜଣ ସାମୂହିକ ପ୍ରାର୍ଥନା କରିପାରିବେ । ପୂର୍ବରୁ ଏହି ସ୍ଥାନରେ ଶତାଧିକ ଲୋକଙ୍କର ଅଂଶଗ୍ରହଣ ରହୁଥିଲା ।

By amfnews

Related Post