Mon. Oct 12th, 2026

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

266 Views

ସମ୍ବଲପୁର : ଆଜି ପବିତ୍ର ମହାଳୟା। ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେବେ। ଏହି ବେଶ ଅଢ଼େଇଦିନ ଯାଏ ରହିବ। ବର୍ଷକୁ ଥରେ ମା’ଙ୍କର ଏହି ବିରଳ ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।

ଗତକାଲି ମଧ୍ୟରାତ୍ରରୁ ମାଆ ସମଲେଶ୍ୱରୀଙ୍କ ସ୍ନାନ ସମ୍ପନ୍ନ ପରେ ଧବଳମୁଖୀ ବେଶ କରାଯାଇଥିଲା। ମା’ଙ୍କର ଏହି ବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୂଜକମାନଙ୍କ ପକ୍ଷରୁ ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କଠାରେ ଧବଳ ପ୍ରଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଥିଲା।

ଏହି ବେଶ ଅଢ଼େଇଦିନ ଯାଏ ରହିବ। ଏହା ପରେ ମାଆ ସମଲେଶ୍ୱରୀ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେବେ। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେହିପରି ବଲାଙ୍ଗିରର ଇଷ୍ଟଦେବୀ ମାଆ ସମଲେଶ୍ୱରୀ ମଧ୍ୟ ଆଜି ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି। ସକାଳୁ ମାଆଙ୍କୁ ଧବଳମୁଖୀ ବେଶରେ ସଜା ଯାଇଥିଲା। ପରେ ରସଗୋଲା ଭୋଗ ଲଗାଯାଇ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯାଇଥିଲା।

By amfnews

Related Post