Fri. Sep 25th, 2026
432 Views

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୋଷ୍ଟର ଏବଂ ୱେବ୍‌ସାଇଟ୍‌ (http://www.bargarhdhanuyatra.in)କୁ ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଉନ୍ମୋଚନ କରିଛନ୍ତି। ଏହି ୱେବ୍‌ସାଇଟ୍‌ରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଧନୁଯାତ୍ରାର ସମସ୍ତ ତଥ୍ୟାବଳୀ ଏବଂ ଫଟୋ ସହ ଭିଡିଓ ଉପଲବ୍ଧ ରହିବ। ଏହି ଉନ୍ମୋଚନ କାର୍ଯ୍ୟକ୍ରମ ବେଳେ ଏଡିଏମ୍‌ ତପୀରାମ ମାଝୀ, ମହୋତ୍ସବ ସମିତି ସଂପାଦକ ସୁରେଶ୍ବର ଶତପଥୀଙ୍କ ସମେତ ବିଭିନ୍ନ କମିଟିର ଆବାହକ ଉପସ୍ଥିତ ଥିଲେ।
ପ୍ରଚାରପ୍ରସାର କମିଟି ଆବାହିକା ତଥା ଡିଆଇପିଆର୍ଓ କଲ୍ୟାଣୀ ଦାଶ ଧନୁଯାତ୍ରାର ପ୍ରଚାର ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ସମ୍ବଲପୁର ଏବଂ ଭୁବନେଶ୍ବରରେ ହୋର୍ଡିଂ ଏବଂ ଜିଲ୍ଲାର ସମସ୍ତ ବ୍ଲକରେ ପୋଷ୍ଟର ଲାଗିବ ବୋଲି ଶ୍ରୀମତୀ ଦାଶ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ୱେବ୍‌ସାଇଟ୍‌କୁ ବିଶ୍ବ ମେହେର ପ୍ରସ୍ତୁତ କରିଥିବାବେଳେ ଜିଲ୍ଳା ଇ-ଗଭର୍ଣ୍ଣାନ୍ସ ପରିଚାଳକ ମସ୍ତରାମ ଛନ୍ଦ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ରାଜା ରାମମୋହନ ମାଝୀ ସହଯୋଗ କରିଛନ୍ତି।

By amfnews

Related Post