Fri. Apr 24th, 2026

ଧଉଳି ଶାନ୍ତିସ୍ତୂପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

297 Views

ଭୁବନେଶ୍ବର, ନଭେମ୍ବର ୨୪ : ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ଶାନ୍ତିସ୍ତୂପର ବିପଦସଙ୍କୁଳ ଅବସ୍ଥା ବିଷୟରେ ଅବଗତ କରାଇଛନ୍ତି  ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି, ଦୀର୍ଘବର୍ଷ ହେବ ଶାନ୍ତିସ୍ତୂପ ମରାମତି ଅଭାବରୁ ବିପଦସଙ୍କୁଳ ହୋଇପଡିଛି। ଧଉଳି ଶାନ୍ତିସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ସେ ଏହାର ଖୁବ୍‌ ଶିଘ୍ର ମରାମତି କରାଯିବା ସହ ଏହାର ଉଚିତ ରକ୍ଷଣାବେକ୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ନିକଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଧଉଳି ଶାନ୍ତିସ୍ତୁପର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ସ୍ଥିତି ସମୀକ୍ଷା କରିବା ସହ ସେଠାରେ ରହୁଥିବା ବୌଦ୍ଧ ସନ୍ୟାସୀମାନଙ୍କ ସହ ଆଲୋଚନା କରିଥିଲେ।

By amfnews

Related Post