Thu. Jul 23rd, 2026

ଦ୍ୱାରଶୁଣି ଘାଟିରୁ ଟ୍ରେଲର୍‌ ଟ୍ରକ୍‌ ଖସି ଦୁଇ ମୃତ ଓ ଜଣେ ଆହତ

235 Views

ବାଙ୍ଗିରିପୋଷି: ସୋମବାର ସକାଳ ପ୍ରାୟ ୬ଟା ପରେ ମୟୂରଭଞ୍ଜ ଜିଲ୍ଲାର ଦ୍ୱାରଶୁଣି ଘାଟି ନିକଟରେ ଥିବା ପୋଲ ତଳକୁ ଗୋଟାଏ ଟ୍ରେଲର୍‌ ଟ୍ରକ୍‌ ଖସି ପଡ଼ିବାରୁ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।
ଦୁର୍ଘଟଣା ଘଟିବା ସମୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ଦୁଇଜଣ ଟ୍ରେଲର୍‌ ତଳେ ଚାପି ହୋଇ ରହିଯାଇଥିଲେ।

ବାଙ୍ଗିରିପୋଷି ପୁଲିସ ଓ ଦମକଳବାହିନୀ ଉଦ୍ୟମ ଚଳାଇ ସେ ଦୁଇଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ବାଙ୍ଗିରିପୋଷି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ଆହତ ବ୍ୟକ୍ତିଜଣକର ଦୁଇ ହାତ ଭାଙ୍ଗି ଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିବା ଡାକ୍ତରଖାନାସୂତ୍ରରୁ ପ୍ରକାଶ।

ଟ୍ରେଲର୍‌ ଟ୍ରକ୍‌ରେ ଟ୍ରେନ୍‌ ତକ୍ତା ଓ ଚକ ଆସୁଥିଲା। ମୁମ୍ବାଇରୁ କୋଲ୍‌କାତା ଅଭିମୁଖେ ଯାଉଥିବା ସେ ଟ୍ରେଲର୍‌ ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଦ୍ୱାରଶୁଣି ଘାଟିରୁ ଅବତରଣ କରୁଥିବା ବେଳେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ଖସି ପଡ଼ିଥିବା କୁହାଯାଉଛି। ମୃତବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ।

By amfnews

Related Post