Fri. Jul 24th, 2026

ଦୈତାରୀ ନାଏକଙ୍କୁ ସମ୍ବର୍ଧନାର ସୁଅ

212 Views

କେନ୍ଦୁଝର, ଜାନୁଆରୀ୨୮ : କେନ୍ଦୁଝରର ମାଉଣ୍ଟମ୍ୟାନ୍‌ ଦୈତାରୀ ନାଏକ ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ମନୋନୀତ ହେବା ପରେ ବିଭିନ୍ନ ମହଲରୁ ସମ୍ବର୍ଧନାର ସୁଅ ଛୁଟିଛି।

ଶ୍ରୀ ନାଏକ ନିଜ ପ୍ରତିକ୍ରିୟା‌େର କହିଛନ୍ତି ଯେ, ପଦ୍ମଶ୍ରୀ ସମ୍ମାନ କେବଳ ମୋର ନୁହେଁ ଏହା ସମଗ୍ର କେନ୍ଦୁଝର ଜିଲ୍ଲା, ମୋ ରାଜ୍ୟ ଓ ଦେଶର ସମ୍ମାନ। ମୁଁ ଯେଉଁ କାମ ଦୀର୍ଘ ୨୦ ବର୍ଷ ପୂର୍ବେ କରିଥିଲି, ତାହାକୁ କେହି ଜାଣି ନଥିଲେ। ଗୋଟିଏ ପାହାଡ଼କୁ ଚିରି ଦୀର୍ଘ ତିନି କିଲୋମିଟର ଦୂରକୁ ପାଣି ଆଣିବା ଯଦିଓ ଛୋଟିଆ କାମ ନ ଥିଲା, କିନ୍ତୁ ଦୀର୍ଘ ଦିନର କଠୋର ପରିଶ୍ରମ ଦ୍ବାରା ଏହା ସମ୍ଭବ ହୋଇଥିଲ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ‌େଯ, ‘ସମଗ୍ର ଅ˚ଚଳରେ ବହୁତ ଖୁସି। ଯଦିଓ ଆମେ ଆଦିବାସୀ ହିସାବରେ ଏସବୁ ବୁଝିବା କଷ୍ଟ, କିନ୍ତୁ କିଛି ଗୋଟେ ବଡ଼ ପୁରସ୍କାର ମୁଁ ପାଉଛି ବୋଲି ମୋ ପରିବାର, ଗାଁ ଲୋକ ଢେର ଖୁସି।’

ଅନ୍ୟପକ୍ଷରେ, ଶ୍ରୀ ନାଏକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, ‘ ଦୈତାରୀ ନଏକଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଖବର ଶୁଣି ମୁଁ ବିଶେଷ ଭାବେ ଖୁସି ଓ ଆନନ୍ଦିତ। ଏକାଗ୍ରତା, ନିଷ୍ଠା ଓ ସାଧନା ଥିଲେ କିଭଳି ସଫଳତାର ଶୀର୍ଷକୁ ଯାଇ ହୁଏ, ଦୈତାରୀ ନାଏକ ହେଉଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ।’ ‘ତାଙ୍କ ସଂଘର୍ଷର କାହାଣୀ ପ୍ରଥମେ ସମ୍ବାଦ ଉଲ୍ଲେଖ କରିବା ସହ ଲୋକଲୋଚନକୁ ଆଣିଥିଲା। ଏହାପରେ ଦୈତାରୀ ନାଏକଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଖବରରେ ସମ୍ବାଦ ପରିବାରର ସମସ୍ତେ ଖୁସି ଏବଂ ଗର୍ବିତ,’ ବୋଲି ସେ କହିଛନ୍ତି।

By amfnews

Related Post