Sat. Aug 22nd, 2026

ଦେଶୀ ମଦ ଜବତ, ୩ ଗିରଫ

229 Views

ରଣପୁର, ୧୦ା୧୧: ରଣପୁର ଅବକାରୀ ବିଭାଗ ଅଧୀନ ବିଭିନ୍ନ ଅଞ୍ଚଳରେ ଅାଜି ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୮୦ ଲିଟର ଦେଶୀ ମଦ ଜବତ ‌ସହ ୩ ଜଣ ଗିରଫ ହୋଇଥିବା ଜଣାଯାଇଛି। ଖବର ନେବାରେ ଜଣାଯାଇଛି, କଟକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌ ଡେପୁଟି ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଅବକାରୀ ବିଭାଗ ଏସ୍‌ଅାଇ କୁମାର ପଟ୍ଟନାୟକ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପୂର୍ବାହ୍ଣ ୮ ଟାରେ ସୁରୁକାବାଡ଼ି ଗାଁର ମଞ୍ଜୁ ମଣ୍ଡଳ ଘରେ ଚଢ଼ଉ କରି ୧୦ ଲିଟର ଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରିଥିଲେ।

ସେହିପରି କାକଲମା ଗାଁର ବାସନ୍ତୀ ସେଠୀଙ୍କଠାରୁ ୪୦ ଲିଟର ଓ ଗୋପାଳପୁର ଗାଁର ବ୍ରଜ କିଶୋର ସାହୁଙ୍କଠାରୁ ୩୦ ଲିଟର ମଦ ଜବତ କରାଯାଇଥିଲା। ତେବେ ଉକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଅାଯାଇଛି। ଅପରପକ୍ଷେ ୨୨୨୫ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ବସନ୍ତ ସାହୁ ନାମକ ଜଣେ ଚୋରା ଦେଶୀ ମଦ ବେପାରୀ ଉକ୍ତ ଚଢଉ ଟିମ୍‌ ହାତରୁ ଖସି ପଳାଇଥିବା ଜଣାପଡ଼ିଛି।

By amfnews

Related Post