Sat. Apr 25th, 2026

ଦେଶର ୮.୬ ଲକ୍ଷ ଡାକ୍ତରଙ୍କ ମଧ୍ୟରୁ ଅଧାରୁ କମ୍‌ ଡାକ୍ତର ଆୟକର ପଇଠ କରିଛନ୍ତି !

340 Views

ନୂଆଦିଲ୍ଲୀ, ଅକ୍ଟୋବର,୨୩ : ସଠିକ୍‌ ସମୟରେ ଆୟକର ଦାଖଲ କରନ୍ତୁ ଓ ଦେଶର ବିକାଶରେ ଅଂଶୀଦାର ହୁଅନ୍ତୁ-ଏଭଳି ସ୍ଲୋଗାନ୍‌ ଜରିଆରେ ଭାରତ ସରକାର ଆୟକର ପଇଠ ଲାଗି ସଚେତନତା ସୃଷ୍ଟି କରୁଛନ୍ତି। ହେଲେ ଦେଶରେ ଆୟକର ଜମା ସଂପର୍କୀତ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
ଦେଶରେ ଥିବା ୮-୬ ଲକ୍ଷ ଡାକ୍ତରମାନଙ୍କ ମଧ୍ୟରୁ ଆଧାରୁ ଅଧିକ ଡାକ୍ତର ଆୟକର ଜମା କରୁନାହାନ୍ତି। ଖାଲି ଡାକ୍ତରମାନେ ନୁହନ୍ତି,ଚାଟାର୍ଡ ଆକାଉଣ୍ଟମାନଙ୍କ ମଧ୍ୟରୁ କେବଳ ଏକ ତୃତୀୟାଂଶ ବ୍ୟକ୍ତି ବା ସେମାନଙ୍କର କଂପାନି ଆୟକର ଜମା କରିଥାନ୍ତି।

ଦେଶରେ ଲକ୍ଷାଧିକ ନର୍ସିଂ ହୋମ୍‌ ଅଛି,ହେଲେ ସେଥି ମଧ୍ୟରୁ ମାତ୍ର ତେର ହଜାର ନର୍ସିଂ ହୋମ୍‌ ପକ୍ଷରୁ ଆୟକର ପଇଠ କରାଯାଇଥିବା ଜଣାଯାଇଛି। ଠିକ୍‌ ସେହିପରି ଭାରତରେ କାର୍ଯ୍ୟ କରୁଥିବା କେବଳ ୧୪ ହଜାର ୫୦୦ ଜଣ ଫ୍ୟାସନ୍‌ ଡିଜାଇନର୍‌ ଆୟକର ପଇଠ କରୁଛନ୍ତି। ଏ ସମସ୍ତ ତଥ୍ୟ ଆୟକର ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ପ୍ରଦାନ କରାଯାଇଛି।ଗତ ଚାରିବର୍ଷ ମଧ୍ୟରେ ପଠାଇଲ୍‌ କରାଯାଇଥିବା ଆଇଟି ଆର୍‌ ରିଟର୍ଣ୍ଣରେ ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

By amfnews

Related Post