Thu. Sep 24th, 2026

ଦେଶର ସମସ୍ତ କଲ୍ୟାଣକାରୀ ଯୋଜନାରେ ବ୍ୟୟ ହେଉଥିବା ଅର୍ଥ ଠାରୁ ସୁଦ୍ଧା ଅଧିକ ଅର୍ଥ ଅଛି ଦେଶର ଧନୀ ନଂ-୧ ମୁକେଶ ଅମ୍ବାନୀଙ୍କ ପାଖରେ

363 Views

ନୂଆଦିଲ୍ଲୀ, ଜାନୁଆରୀ ୨୨ : କେନ୍ଦ୍ରର ମୋଦି ସରକାର ଦେଶର କଲ୍ୟାଣକାରୀ ଯୋଜନା ବାବଦରେ ମୋଟ ଯେତେ ଅର୍ଥ ବ୍ୟୟ କରୁଛନ୍ତି, ତା’ଠାରୁ ସୁଦ୍ଧା ଅଧିକ ଅର୍ଥ ରହିଛି, ଦେଶର ସବୁଠାରୁ ଧନୀ ତଥା ଧନୀ ନମ୍ବର ଏକ ମୁକେଶ ଅମ୍ବାନୀଙ୍କ ନିକଟରେ। ସ୍ୱେଚ୍ଛାସେବୀ ସଂସ୍ଥା ଅକ୍ସଫାମ୍‌ ପକ୍ଷରୁ ନିକଟରେ କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟ ଜଣାପଡ଼ିଛି।

ଦେଶର ନିମ୍ନସ୍ତରରେ ଥିବା ସମଗ୍ର ଜନସଂଖ୍ୟାର ୫୦ ପ୍ରତିଶତ ସମ୍ପତ୍ତି ଦେଶର ମାତ୍ର ୯ ଜଣ କୋଟିପତିଙ୍କ ସମ୍ପତ୍ତି ସହ ସମାନ। ୨୦୧୮ରେ ଏହି କୋଟିପତିମାନଙ୍କର ସମ୍ପତ୍ତି ଦୈନିକ ୨,୨୦୦ କୋଟି ହାରରେ ବୃଦ୍ଧି ପାଇଥିଲା।

ସେହିପରି, ଦେଶର ସମୁଦାୟ ସମ୍ପତ୍ତିର ୭୭.୪ ପ୍ରତିଶତ ରହୁଛି ଶୀର୍ଷସ୍ତରୀୟ ୧୦ ପ୍ରତିଶତ ଭାରତୀୟଙ୍କ ହାତରେ। ଦେଶର ସବୁଠାରୁ ଶୀର୍ଷରେ ଥିବା ୧ ପ୍ରତିଶତ ଭାରତୀୟଙ୍କ ହାତରେ ରହୁଛି ଦେଶର ସମୁଦାୟ ସମ୍ପତ୍ତିର ୫୧.୫୩ ପ୍ରତିଶତ। ତଳସ୍ତରରେ ଥିବା ୬୦ ପ୍ରତିଶତ ଲୋକେ ଜାତୀୟ ସମ୍ପତ୍ତିର ମାତ୍ର ୪. ୮ ପ୍ରତିଶତର ଅଧିକାରୀ। ଦେଶର ୯ ଜଣ ଶ୍ରେଷ୍ଠ କୋଟିପତିଙ୍କ ସମ୍ପତ୍ତି ତଳସ୍ତରରେ ଥିବା ୫୦ ପ୍ରତିଶତ ଜନସଂଖ୍ୟାର ସମ୍ପତ୍ତି ସହ ସମାନ ବୋଲି ଏହି ରିପୋର୍ଯରୁ ଜାଣିବା ପାଇଁ ମିଳିଛି।

By amfnews

Related Post