Thu. May 14th, 2026

ଦେଶରେ 59 ଲକ୍ଷ ଅତିକ୍ରମ କଲା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 88,600 ଜଣ ନୂଆ ସଂକ୍ରମିତ

411 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ : ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 59 ଲକ୍ଷ ଅତିକ୍ରମ କରିଛି। ଏହି ରୋଗରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ 49 ଲକ୍ଷ ରହିଛି । କରୋନା ରୋଗ ଦିନକୁ ଦିନ ବଢୁଥିବାବେଳେ ଏଥିରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଦେଖାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 88,600 ଟି ନୂଆ କରୋନା ପଜିଟିଭ ରିପୋର୍ଟ ଆସିଛି। ଏହି ସମୟରେ 1,124 ଜଣଙ୍କର ମୃତ୍ୟୁ ଘଟିଛି। ପରିସଂଖ୍ୟାନ ଅନୁଯାୟୀ, ଭାରତରେ ମୋଟ କରୋନା ସଂକ୍ରମଣ 59,92,533 ହୋଇଛି। ସଂକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉନାହିଁ। ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ ଏହି ଭୂତାଣୁରେ ମୃତ୍ୟୁବରଣ କରୁଛନ୍ତି।

ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା 9,56,402 ରହିଛି । ଏଥିସହିତ 49,41,628 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ  94,503 ଜଣ ରୋଗୀ ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

By amfnews

Related Post