Thu. Jul 2nd, 2026

ଦେଶରେ ଜାରି ରହିଛି କରୋନା ଆତଙ୍କ, ଗତ 24 ଘଣ୍ଟା ମଧ୍ୟରେ 62,064 ନୂତନ କରୋନା ରୋଗୀ ଚିହ୍ନଟ,1007 ଜଣଙ୍କର ମୃତ୍ୟୁ

228 Views

ନୂଆଦିଲ୍ଲୀ, ଅଗଷ୍ଟ ୧୦  : ଦେଶରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସଂକ୍ରମଣ । କ୍ରମାଗତ ଭାବେ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୨୨ ଲକ୍ଷ ୧୫ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ନୂଆ ୬୨,୦୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୦୦୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୫୪,୮୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୧୫,୦୭୪ରେ ପହଁଞ୍ଚିଛି । ସେଥି ମଧ୍ୟରୁ ୪୪,୩୮୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହିତ ୬,୩୪,୯୪୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷେ ଏପର୍ଯ୍ୟନ୍ତ ୧୫,୩୫,୭୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଦେଶବାସୀଙ୍କ ପାଇଁ ଏକ ଆାଶ୍ବସ୍ତିକର ଖବର।

By amfnews

Related Post