Wed. Sep 9th, 2026

ଦୁଷ୍କର୍ମ ଉଦ୍ୟମରେ ବାଧା ଦେବାରୁ ମାଆ ଓ ଝିଅକୁ ମାଡ଼ ମାରି ଲାଣ୍ଡୀ କଲେ କାଉନ୍‌ସିଲର୍‌ ଓ ତାଙ୍କ ସହଯୋଗୀ

330 Views

ପାଟନା : ଜଣେ ସ୍ଥାନୀୟ ଓ୍ଵାର୍ଡ କାଉନ୍‌ସିଲର୍‌ଙ୍କ ଦୁଷ୍କର୍ମ ଉଦ୍ୟମରେ ବାଧା ଦେବା କାରଣରୁ ବୈଶାଳୀ ବିହାରୀ ଗାଁରେ ଜଣେ ୪୮ ବର୍ଷୀୟ ମହିଳା ଏବଂ ତାଙ୍କ ନବବିବାହିତା ୧୯ ବର୍ଷୀୟ ଝିଅକୁ ଦଣ୍ଡ ଦିଆଯାଇଛି। ପୁଲିସ କହିଛି ଯେ ଓ୍ଵାର୍ଡ କାଉନ୍‌ସିଲର୍‌ ମହମ୍ମଦ ଖୁର୍ଶିଦ୍‌ ଏବଂ ତାଙ୍କର ସହଯୋଗୀମାନେ ମହିଳାଙ୍କୁ ଆକ୍ରମଣ କରି ଲାଣ୍ଡୀମୁଣ୍ଡି କରାଇବା ସହ ଗାଁରେ ବୁଲାଇଛନ୍ତି। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେ ଓ୍ଵାର୍ଡ କାଉନ୍‌ସିଲର୍‌, ଜଣେ ବାରିକ ଓ ଅନ୍ୟ ତିନି ଜଣଙ୍କୁ ଗୁରୁବାର ଦିନ ପୁଲିସ ଗିରଫ କରିଛି।

ଏବେ ଘଟଣାର ତଦନ୍ତ ଚାଲିଥିବା କଥା ଭଗବାନପୁର ଥାନାର ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ସଞ୍ଜୟ କୁମାର କହିଛନ୍ତି। ସେ କହିଛନ୍ତି କି, ଅଧଡଜନ ସରିକି ଲୋକ ଜବରଦସ୍ତ ଘରେ ପଶି ଝିଅ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଝିଅକୁ ଉଦ୍ଧାର କରିବାକୁ ମାଆ ଉଦ୍ୟମ କରିବାରୁ ଅଭିଯୁକ୍ତମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ।

ଜଣେ ଅଭିଯୁକ୍ତ ତାଙ୍କୁ ବାଡ଼ିରେ ପିଟିବା ସହ ଘରୁ ଘୋଷାରି ନେଇ ପଞ୍ଚାୟତ ଡକାଇଲେ। ଖୁର୍ଶିଦ ଜଣେ ବାରିକକୁ ଡାକି ଦୁଇ ମହିଳାଙ୍କୁ ଲାଣ୍ଡୀମୁଣ୍ଡୀ କରିବାକୁ କହିଥିଲେ ଓ ପରେ ସେମାନଙ୍କୁ ଗାଁ ଦାଣ୍ଡରେ ଚଲାଇଥିଲେ। ମାଆ ଓ ଝିଅ ଦେହବ୍ୟବସାୟ ର‍୍ୟାକେଟ୍‌ରେ ଲିପ୍ତ ବୋଲି ଖୁର୍ଶିଦ ଅଭିଯୋଗ କରିଥିଲେ।

By amfnews

Related Post