Wed. Aug 5th, 2026

ଦୁର୍ଘଟଣା ଘଟାଇ ପିକ୍‌ ଅପ୍‌ ଭ୍ୟାନ୍‌ ଡ୍ରାଇଭର୍ ଫେରାର୍

196 Views

ନୀଳଗିରି :  ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ନୀଳଗିରି ଖନ୍ତାପଡ଼ା ଥାନା ଅନ୍ତର୍ଗତ ଅଳସୁଆଁ ନିକଟରେ ଏକ ଚୋରା କାଠ ବୋଝେଇ ପିକ୍‌ ଅପ୍‌ ଭ୍ୟାନ୍‌ ଗତକାଲି ବିଳମ୍ବିତ ରାତିରେ ବାଉଁଶିଆ ଦେଇ ଜୟପୁରକୁ ଯାଉଥିଲା। ପିକ୍‌ ଅପ୍‌ ଭ୍ୟାନ୍‌ ରାସ୍ତାରେ ଯାଉଥିବା ୪ ଜଣ ପଥଚାରୀଙ୍କୁ ପିଟିବା ପରେ ଏକ ବାଇକ୍‌କୁ ଧକ୍କା ଦେଇଛି । ଫଳରେ ବାଇକ ଚାଳକ ଗୁରୁତର ହୋଇଥିବାବେଳେ ୪ ଜଣ ପଥଚାରୀ ସାମନ୍ୟ ଆହତ ହୋଇଛନ୍ତି । ଗାଆଁ ଲୋକେ ଗାଡ଼ିଟିକୁ ପିଛାକରି ଅଳସୁଆଁ ନିକଟସ୍ଥ ବରୀପୋଖରୀଠାରେ ଜବତ କରିଥିଲେ। ତେବେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ୍ ଏବଂ ନୀଳଗିରି ବନବିଭାଗର କର୍ମଚାରୀ ପହଞ୍ଚିଥିଲେ।ପୁଲିସ ଗାଡ଼ିଟିକୁ ଜବତ କରିଛି। ତେବେ କ୍ଷତିପୂରଣ ଦାବିରେ ସେଠାରେ ରାସ୍ତାରୋକ ହୋଇଥିଲା।  ଜବତ ହୋଇଥିବା  ପିକ୍‌ ଅପ୍‌ ଭ୍ୟାନ୍‌କୁ ଛାଡ଼ିଥିଲେ ଲୋକେ।  କ୍ଷତିପୂରଣର ପ୍ରତିଶ୍ରୁତି ମିଳିବାପରେ ସେଠାରେ ପରିସ୍ଥିତିରେ ସୁଧାର ଆସିଥିଲା।

By amfnews

Related Post