Sun. Sep 27th, 2026

ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା

222 Views

ଭୁବନେଶ୍ୱର  : ଦୁର୍ଘଟଣାରେ ଆହତଙ୍କୁ ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା।  ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଉତ୍କୃଷ୍ଟ ଚିକିତ୍ସା ଯୋଗାଇବାକୁ ବାଧ୍ୟ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର।

ଏହାସହ ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ଗୋଟିଏ କଲସେଣ୍ଟରରୁ ପରିଚାଳିତ ହେବେ। ଏନେଇ ଖୁବଶୀଘ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ SOP ଜାରି କରିବ। ରୋଗୀଙ୍କୁ ସହଜରେ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏବେ ରାଜ୍ୟରେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଓ ୧୯ଟି ଫାୟାର ଷ୍ଟେସନ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଏହାଛଡ଼ା ନ୍ୟାସନାଲ ହାଇେଓ୍ୱ ଅଥୋରିଟି, ପ୍ରାଇଭେଟ ହସ୍ପିଟାଲ, ଚାରିଟି, କର୍ପୋରେଟ ହାଉସ ବି ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ରାଜ୍ୟରେ ୧୫୬୨ଟି ଘରୋଇ ଆମ୍ବୁଲାନ୍ସ ସେବାରେ ଅଛନ୍ତି। ଜାତୀୟ ଆମ୍ବୁଲାନ୍ସ କୋଡ ମୁତାବକ ସମସ୍ତ ଆମ୍ବୁଲାନ୍ସରେ ପାରମେଡିକ୍ ଷ୍ଟାଫ୍, ସେଡିସିନ ରହିବା ଆବଶ୍ୟକ। ଏହାଛଡ଼ା ସମସ୍ତ ଆମ୍ବୁଲାନ୍ସରେ GPS ଟ୍ରାକିଂ ସିଷ୍ଟମ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post