Sat. Jul 25th, 2026

ଦୁବାଇ ମଞ୍ଚରେ ଟଳି ପଡ଼ିଲେ ଭାରତୀୟ ବଂଶୋଦ୍ଭବ କମେଡିଆନ୍‌; ଦର୍ଶକେ ଭାବିଲେ ଅଭିନୟ

221 Views

ଦୁବାଇ: ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରିବା ବେଳେ ଅତ୍ୟଧିକ ଉଦ୍‌ବେଗ କାରଣରୁ ମଞ୍ଚ ଉପରେ ଜଣେ ଭାରତୀୟ ବଂଶୋଦ୍ଭବ ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ଙ୍କର ମୃତ୍ୟୁ ଘଟିଛି।

ଶୁକ୍ରବାର ଦିନ ମଞ୍ଚରେ ହାସ୍ୟରସ ପରିବେଶଣ କରୁଥିବା ସମୟରେ ୩୬ ବର୍ଷିୟ ହାସ୍ୟରସିକ ମଞ୍ଜୁନାଥ ନାଇଡୁଙ୍କୁ ହୃଦ୍‌ଘାତ ହୋଇଥିଲା।
ମାତ୍ରଧିକ ଚଞ୍ଚଳତା ବଢ଼ି ଯାଇଥିବା ଅଭିଯୋଗ କରି ସେ ପାଖରେ ପଡ଼ିଥିବା ବେଞ୍ଚ୍‌ରେ ବସିଯିବା ପରେ ଚଟାଣରେ ପଡ଼ିଯାଇଥିଲେ। କିନ୍ତୁ ଉପସ୍ଥିତ ଦର୍ଶକେ ଏହାକୁ ଅଭିନୟ ବୋଲି ଧରି ନେଇଥିଲେ।

ନାଇଡୁଙ୍କୁ ଜନ୍ମସ୍ଥାନ ଆବୁ ଧାବିରେ, କିନ୍ତୁ ପରବର୍ତ୍ତୀ ସମୟରେ ଦୁବାଇକୁ ଉଠି ଯାଇଥିଲେ। ସେ ମଞ୍ଚ ଉପରେ ମଉଜିଆ କଥା କହି ଦର୍ଶକମାନଙ୍କୁ ହସାଉଥିଲେ। ସେ ତାଙ୍କ ବାପା ଓ ପରିବାର ପ୍ରସଙ୍ଗ କହୁଥିଲେ। ଏବଂ ଉଦ୍‌ବେଗ ଯୋଗୁଁ ସେ କେମିତି କଷ୍ଟ ଭୋଗୁଛନ୍ତି ସେ କଥା ମଧ୍ୟ କହିଥିଲେ। ଏତିକି ବେଳେ ସେ ଟଳିପଡ଼ିଲେ ବୋଲି ତାଙ୍କର ଜଣେ ବନ୍ଧୁ ତଥା କମେଡିଆନ୍‌ ମିକ୍‌ଦାଦ୍‌ ଦୋହାଦ୍‌ଓ୍ଵାଲା କହିଛନ୍ତି। ତାଙ୍କର ପିତାମାତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ଜଣେ ଭାଇ ଅଛନ୍ତି, କିନ୍ତୁ ଏଠାରେ ତାଙ୍କର କେହି ଆତ୍ମୀୟ ନାହାନ୍ତି।

By amfnews

Related Post